ପ୍ରକାଶ ପାଇଲା ସିବିଏସଇ ରେଜଲ୍ଟ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଆଜି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଘୋଷଣା କରିସାରିଛି । ଅତି ଉତ୍କଣ୍ଠାର ସହ ଛାତ୍ରଛାତ୍ରୀ ଏହାକୁ ଅପେକ୍ଷା କରି ରହିଥିଲେ । ବିଦ୍ୟାର୍ଥୀ ନିଜ ପରୀକ୍ଷା ଫଳ cbseresults.nic.in, cbse.gov.in କୁ ଯାଇ ଚେକ୍ କରିପାରିବେ । ଏହାବ୍ୟତୀତ ଛାତ୍ରଛାତ୍ରୀ ନିଜ ପରୀକ୍ଷା ଫଳ ଅନ୍ୟ ଡିଜିଟାଲ ପ୍ଲାଟଫର୍ମ digilocker.gov.in , ଉମଙ୍ଗ ଆପ୍ ଓ ଏସଏମଏସ ଜରିଆରେ ବି ଜାଣିପାରିବେ । ଚଳିତ ବର୍ଷ ୯୯.୩୭ ପ୍ରତିଶତ ପିଲା ପାସ୍ କରିଛନ୍ତି । ୯୯.୬୭ ପ୍ରତିଶତ ଛାତ୍ରୀ ପାସ୍ କରିଥିବା ବେଳେ ୯୯.୧୩ ପ୍ରତିଶତ ଛାତ୍ର ଏଥର ପାସ୍ କରିଛନ୍ତି । ସିବିଏସଇ ଦ୍ୱାଦଶରେ ଏବର୍ଷ ୧୪.୫ ଲକ୍ଷ ପିଲା ପରୀକ୍ଷା ଦେଇଥିବା ସୂଚନା ରହିଛି । କରୋନା ମହାମାରୀ ପାଇଁ ପରୀକ୍ଷା ବାତିଲ ହୋଇଥିଲା ।

ତେବେ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅପ୍ସନାଲ ପରୀକ୍ଷା ଦେଇପାରିବେ । ଶିକ୍ଷା ବୋର୍ଡ ୧୫ ଅଗଷ୍ଟରୁ ୧୫ ସେପ୍ଟେମ୍ବର ମଧ୍ୟରେ ଅପ୍ସନାଲ ପରୀକ୍ଷା ତାରିଖ ନିର୍ଦ୍ଧାରିତ କରିବେ । ଖୁବ ଶୀଘ୍ର ପରୀକ୍ଷା ପାଇଁ ପଂଜୀକରଣ ନେଇ ଆବେଦନ ଆରମ୍ଭ ହେବ ।

Share

Leave a Reply

Your email address will not be published. Required fields are marked *

4 × one =