ଭିଡ଼ିଓ କନ୍ଫରେନ୍ସରେ ସୋଆ ଏନ୍ଏସ୍ଏସ୍

ଭୁବନେଶ୍ୱର() କରୋନା ମହାମାରୀକୁ ନେଇ ସାରା ବିଶ୍ୱ ଚିନ୍ତିତ । ଭାରତ ସରକାର ତଥା ଓଡ଼ିଶା ସରକାର ମଧ୍ୟ ଏହି କରୋନା ମହାମାରୀଠାରୁ କିପରି ଜନସାଧାରଣକୁ ସୁରକ୍ଷିତ ରଖାଯିବ ତାହାକୁ ନେଇ ଅନେକ ପ୍ରଚେଷ୍ଟା ଜାରି ରଖିଛନ୍ତି । ଲକ୍ଡାଉନ୍ ଓ ସଟ୍ଡାଉନ୍ ମଧ୍ୟରେ ଅନେକ ଶିକ୍ଷାନୁଷ୍ଠାନ ଅନ୍ଲାଇନ୍ ମାଧ୍ୟମରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି । ସେହିପରି ଏହି ସମୟ ଭିତରେ ଗତ ମଙ୍ଗଳବାର ଦିନ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ତିନି ଘଂଟିଆ ଏନ୍ଏସ୍ଏସ୍ ରାଜ୍ୟସ୍ତରୀୟ ଭିଡ଼ିଓ କନ୍ଫରେନ୍ସ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଲକ୍ଡାଉନ୍ ପରେ ଏନ୍ଏସ୍ଏସ୍ ମାଧ୍ୟମରେ କିପରି ଶିକ୍ଷାନୁଷ୍ଠାନର ପିଲାମାନଙ୍କୁ ନିଶାଠାରୁ ଦୂରରେ ରଖିବା ବିଷୟରେ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ଉଚ୍ଚ ଶିକ୍ଷା  ଅନୁଷ୍ଠାନର ଏନ୍ଏସ୍ଏସ୍ ପ୍ରୋଗ୍ରାମ୍ ସଂଯୋଜକ, ପ୍ରୋଗ୍ରାମ ଅଧିକାରୀ ଓ ଜିଲ୍ଲା ପ୍ରୋଗ୍ରାମ୍ ଅଧିକାରୀ ଯୋଗ ଦେଇଥିଲେ ।

ଏହି କନ୍ଫରେନ୍ସରେ ଶିକ୍ଷାନୁଷ୍ଠାନ ଗୁଡ଼ିକୁ କେମିତି ନିଶାମୁକ୍ତ କରିହେବ ସେ ସମ୍ପର୍କରେ ପ୍ରଶିକ୍ଷକ ଶ୍ରୀ ଇମ୍ରାନ ଅଲ୍ଲୀ ତାଙ୍କ ଅନୁଭୂତିକୁ ପ୍ରକାଶ କରିଥିଲେ । ଲକ୍ଡାଉନ୍ ପରେ ଏନ୍ଏସ୍ଏସ୍ ଦ୍ୱାରା ଛାତ୍ରଛାତ୍ରୀଙ୍କୁ ନିଶାଠୁ ଦୂରେଇ ରଖିବା ପାଇଁ ଉଚିତ୍ ପଦକ୍ଷେପ ନିଆଯିବ ବୋଲି ପ୍ରମୁଖ ଶାସନ ସଚିବ ସାଶ୍ୱତ ମିଶ୍ର କହିଥିଲେ । ଏହି ଏକକ ଏଜେଣ୍ଡା ଭିତିକ ନିଶା ନିବାରଣ କାର୍ଯ୍ୟକ୍ରମର ସଫଳତା ଏନ୍ଏସ୍ଏସ୍ ଉପରେ ନିର୍ଭର କରୁଛି । ଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠାନର ଏହି କାର୍ଯ୍ୟକ୍ରମ ଭିଡ଼ିଓ କନ୍ଫରେନ୍ସ ମାଧ୍ୟମରେ କରାଯାଇଥିଲା । ଏଥିରେ ଏନ୍ଏସ୍ଏସ୍ ଅଧିକାରୀ ଡ. ସୁରେଖା ସୁନ୍ଦରୀ ସ୍ୱାଇଁ ଉପସ୍ଥିତ ଥିବା ବେଳେ ସୋଆ ଏନ୍ଏସ୍ଏସ୍ ପ୍ରୋଗ୍ରାମ ସଂଯୋଜକ ଡ. ନଚିକେତା ଶର୍ମା ଓ ଅତିରିକ୍ତ ପ୍ରୋଗ୍ରାମ ସଂଯୋଜକ ଡ. ଶୋଭନ୍ ପଟ୍ଟନାୟକ ଯୋଗ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

3 + thirteen =