ଟିପିସିଓଡିଏଲ୍ ପକ୍ଷରୁ ଜାମସେଦଜୀ ନସେରୱାନଜୀ ଟାଟାଙ୍କ ୧୮୫ତମ ଜୟନ୍ତୀ ଓ ନୈତିକତା ସପ୍ତାହର ଉଦଯାପନୀ ସମାରୋହ ପାଳିତ

ଟାଟାର ନୈତିିକତା ମାନକ ପାଳନ କରିବାକୁ କର୍ମଚାରୀଙ୍କ ଶପଥ ପାଠ
ଟିପିସିଓଡିଏଲ୍‌ରେ ମୂଲ୍ୟବୋଧ, ସଂହତି ଓ ଦାୟିତ୍ୱବୋଧର ପ୍ରସାର ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ୩୦ ଜଣଙ୍କୁ ମାନ୍ୟତା ପ୍ରଦାନ
ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ଏହାର ପ୍ରତିଷ୍ଠାତା ଜାମସେଦଜୀ ନସେରୱାନଜୀ ଟାଟାଙ୍କ ୧୮୫ତମ ଜୟନ୍ତୀ ସହିତ ନୈତିକତା ସପ୍ତାହର ଉଦଯାପନୀ ସମାରୋହକୁ ୨୦୨୪ ମାର୍ଚ୍ଚ ୩ ତାରିଖରେ ଭୁବନେଶ୍ୱର ସ୍ଥିତ ମ୍ୟାନେଜମେଂଟ୍ ଡେଭେଲପ୍‌ମେଂଟ୍ ସେଂଟର ଓ ଟିପିସିଓଡିଏଲ୍‌ର ସମସ୍ତ ସର୍କଲ୍‌, ଡିଭିଜନ ଓ ତତ୍‌୍ ସଂକ୍ରାନ୍ତୀୟ କାର୍ଯ୍ୟାଳୟଗୁଡ଼ିକରେ ପାଳନ କରାଯାଇଛି ।
ଜେ ଏନ୍ ଟାଟାଙ୍କ ପରମ୍ପରାକୁ ସମ୍ମାନ ଜଣାଇ ଫେବ୍ରୁଆରି ୨୬ରୁ ମାର୍ଚ୍ଚ ୩ ପର୍ଯ୍ୟନ୍ତ ନୈତିକତା ସପ୍ତାହ ପାଳନ କରାଯାଉଛି । ଶ୍ରୀ ଜାମସେଦଜୀ ନସେରୱାନଜୀ ଟାଟାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଏହି ସମାରୋହର ଶୁଭାରମ୍ଭ କରାଯାଇଥିଲା ଏବଂ ସିଇଓ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିବା ବେଳେ ଏହି ଅବସରରେ ବରିଷ୍ଠ ନେତୃତ୍ୱ ଟିମ୍‌, କର୍ମଚାରୀ ଓ କର୍ମଚାରୀ ୱାର୍ଡମାନେ ଉପସ୍ଥିତ ଥିଲେ ।
ଏହି ଅବସରରେ ନୈତିକତାର ଶପଥ ପାଠ କରାଯାଇଥିଲା ଯେଉଁଥିରେ ଅଂଶଗ୍ରହଣକାରୀମାନେ ବ୍ୟବସାୟରେ ଟାଟାର ମୂଲ୍ୟବୋଧକୁ ବଜାୟ ରଖିବା ଲାଗି ସଂକଳ୍ପ ନେଇଥିଲେ । ଏହି ଅବସରରେ ଏକ ଭିଡିଓ ପ୍ରଦର୍ଶିତ କରାଯାଇଥିଲା ଯେଉଁଥିରେ ନୈତିକ ବ୍ୟବହାରକୁ ବଜାୟ ରଖିବାର ଘଟଣାକୁ ପ୍ରଦର୍ଶନ କରାଯାଇଥିଲା ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।
ନୈତିକତା ଓ ସ୍ଥାୟିତ୍ୱ ଉପରେ ଗୁରୁତ୍ୱାରୋପ କରି ଟାଟା ପାୱାର ପକ୍ଷରୁ “ଦୁନିଆ ଅପ୍‌ନେ ହାୱାଲେ” ନାମକ ଭିଡିଓ ପ୍ରଦର୍ଶନ କରାଯାଇଥିଲା ଏବଂ ତା’ ପରେ “ସଷ୍ଟେନେବଲ ଇଜ୍ ଆଟେନେବଲ୍‌’ ବାର୍ତାର ପ୍ରଚାର କରିବା ଲକ୍ଷ୍ୟ ନେଇ ଟାଟା ପାୱାରର ସଷ୍ଟେନେବିଲିଟି ଚମ୍ପିଆନ୍ “ଗ୍ଲୋବି” କୁ ଉପସ୍ଥାପନ କରାଯାଇଥିଲା ।
ଟିପିସିଓଡିଏଲ୍‌ର ସିଇଓ ଓ ପ୍ରିନ୍‌ସିପାଲ୍ ଏଥିକ୍‌ସ ଅଫିସର ଶ୍ରୀ ଅରବିନ୍ଦ ସିଂହ କହିଛନ୍ତି ଯେ, “ଜାମସେଦଜୀ ନସେରୱାନଜୀ ଟାଟାଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ଟାଟା ଗ୍ରୁପ୍‌କୁ ଅନ୍ୟତମ ସର୍ବବୃହତ ବିଶ୍ୱସ୍ତରୀୟ ବ୍ୟବସାୟ ସାମ୍ରାଜ୍ୟରେ ପରିଣତ କରିବାର ଭିର୍ତି ସ୍ଥାପନ କରିଥିଲା । ଉଭୟ ବ୍ୟକ୍ତିଗତ ଓ ସାର୍ବଜନୀନ ଜୀବନରେ ନୈତିକ ବ୍ୟବହାରକୁ ବଜାୟ ରଖିବା ପାଇଁ ଟାଟାର ନୈତିକ ମୂଲ୍ୟବୋଧ ବ୍ୟବସ୍ଥା ସହ ନିଜକୁ ଯୋଡ଼ିବା ଟାଟା କର୍ମଚାରୀ ଓ ବ୍ୟକ୍ତିବିଶେଷଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ।’’
କମ୍ପାନିର ବରିଷ୍ଟ ନେତୃତ୍ୱ ମଣ୍ଡଳୀ ପକ୍ଷରୁ ବ୍ୟବସାୟରେ ନୈତିକତାର ଗୁରୁତ୍ୱ ଉପରେ ଦୃଷ୍ଟିପାତ କରାଯିବା ସହ ଜେ ଏନ୍ ଟାଟାଙ୍କ ଦ୍ୱାରା ସ୍ଥାପିତ ପରମ୍ପରାକୁ ଓ ମୂଲ୍ୟବୋଧ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଚିଫ୍ ଏଥିକ୍‌ସ କାଉନ୍‌ସେଲର ଓ ବିଜନେସ୍ ଏକ୍ସଲେନ୍ସ ମୁଖ୍ୟ ଶ୍ରୀ ଅଜିତ ମାଲେବାର ଏଥିକ୍‌ସ ସପ୍ତାହ ଓ ପ୍ରତିଷ୍ଠାତା ଦିବସ ର ଗୁରୁତ୍ୱ ବୁଝାଇବା ସହିତ ଟାଟାର ମୂଲ୍ୟବୋଧ ବ୍ୟବସ୍ଥା ଓ ଟାଟା ଆଚରଣ ସଂହିତା ଉପରେ ସଚେତନତା ସୃଷ୍ଟି କରିବା ପାଇଁ “ଦ୍ୱିଧା ଉପରେ ଚର୍ଚ୍ଚା” ଅଭିଯାନର ଶୁଭାରମ୍ଭ କରିଥିଲେ ।
ଏହି ଅବସରରେ ଟିପିସିଓଡିଏଲ୍‌ରେ ନୈତିକତା, ସଂହତି ଓ ଦାୟିତ୍ୱବୋଧର ପ୍ରସାର କରଥିବା ୩୦ ଜଣଙ୍କୁ ସମ୍ମାନିତ କରାଯାଇଥିଲା । ପୁନଶ୍ଚ, ଡେଲଏଟ୍ ପକ୍ଷରୁ ହ୍ୱିସିଲ୍ ବ୍ଲୋୟର ନୀତି ଓ ଏଥିକ୍‌ସ ହେଲ୍‌ପଲାଇନ୍ ସଂକ୍ରାନ୍ତରେ ଏକ ତାଲିମ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

one × two =