ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ସିବି୩୫୦ ହାଇନେସ୍ ଓ ସିବି୩୫୦ଆର୍‌ଏସ୍ ଗ୍ରାହକଙ୍କ ପାଇଁ “୧୦ ବର୍ଷ ବର୍ଦ୍ଧିତ ୱାରେଂଟି’ ଓ “ବର୍ଦ୍ଧିତ ୱାରେଂଟି ପ୍ଲସ୍‌’ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ଏହାର ବିଗ୍‌ୱିଙ୍ଗ୍ ଗ୍ରାହକମାନଙ୍କ ପାଇଁ “ବର୍ଦ୍ଧିତ ୱାରେଂଟି’ ଓ “ବର୍ଦ୍ଧିତ ୱାରେଂଟି ପ୍ଲସ୍‌’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ।
ଉଦଘାଟନୀ ଅଫର ଭାବେ ପ୍ରଥମ ୧୦,୦୦୦ ନୂଆ ଗ୍ରାହକଙ୍କୁ ବିନା ମୂଲ୍ୟରେ ବର୍ଦ୍ଧିତ ୱାରେଂଟି କାର୍ଯ୍ୟକ୍ରମରେ ସାମିଲ କରାଯିବ । ନୋ କଷ୍ଟ୍ ଅଫର ହାଇନେସ୍ ସିବି୩୫୦ ଓ ସିବି୩୫୦ଆର୍‌ଏସ୍‌ର ପ୍ରଥମ ୧୦,୦୦୦ ନୂଆ ଗ୍ରାହକମାନଙ୍କ ପାଇଁ ପାଷ୍ଟ୍ କମ୍ ଫାଷ୍ଟ୍ ସର୍ଭ ଭିତିରେ (୨୦୨୩ ଅଗଷ୍ଟ ୮ରୁ ବୈଧ) ଲାଗୁ ହେବ । ଏହା ପ୍ରିମିୟମ୍ କ୍ଷେତ୍ରରେ ବଡ଼ ଧରଣର ପରିବର୍ତନ ଆଣିବା ସହିତ ଶିଳ୍ପରେ ନୂଆ ମାନଦଣ୍ଡ ଧାର୍ଯ୍ୟ କରିବ ଯାହା ଅତୁଳନୀୟ ପ୍ରତିଶ୍ରୁତି ଓ ଲାଭ ପ୍ରଦାନ କରିବା ସହିତ ଗ୍ରାହକଙ୍କୁ ମାନସିକ ଶାନ୍ତି ପ୍ରଦାନ କରିବ ।
ଗାଡ଼ି କିଣିବାର ୯୧ ଦିନରୁ ୯ ବର୍ଷ ମଧ୍ୟରେ ଗ୍ରାହକମାନେ ଯେକୌଣସି ସମୟରେ ବର୍ଦ୍ଧିତ ୱାରେଂଟି ପ୍ଲସ୍‌କୁ ହାସଲ କରିପାରିବେ । ଏହି କାର୍ଯ୍ୟକ୍ରମରେ ଗ୍ରାହକଙ୍କୁ ୧୦ ବର୍ଷର ୱାରେଂଟି ପ୍ୟାକେଜ୍ ପ୍ରଦାନ କରାଯିବା ସହିତ ଗାଡ଼ି ବିକ୍ରି ବେଳେ ମାଲିକାନା ପରିବର୍ତନ ସମୟରେ ମଧ୍ୟ ଏହା ଅନ୍ୟ ନାମକୁ ହସ୍ତାନ୍ତର କରାଯାଇପାରିବ । ସୁଲଭ ମାଲିକାନା ଅନୁଭୂତି ପ୍ରଦାନ କରିବା ଲାଗି ରହିଥିବା ପ୍ରତିବଦ୍ଧତା ଅନୁସାରେ ଏହା ନିୟମିତ ରକ୍ଷଣାବେକ୍ଷଣ ଖର୍ଚ୍ଚ କମ୍ କରି ଗାଡ଼ିର ଦୀର୍ଘସ୍ଥାୟିତ୍ୱ ବଢ଼ାଇ ଗ୍ରାହକଙ୍କୁ ଅତୁଳନୀୟ ମାଲିକାନା ଅନୁଭୂତି ପ୍ରଦାନ କରିବ ।
ବର୍ଦ୍ଧିତ ୱାରେଂଟି ପ୍ଲସ୍ କାର୍ଯ୍ୟକ୍ରମରେ ଗୁରୁତ୍ୱପୂର୍ଣ୍ଣ ଉଚ୍ଚ ମୂଲ୍ୟର ଇଞ୍ଜିନ ଉପକରଣ ଏବଂ ଆବଶ୍ୟକ ମେକାନିକାଲ୍ ଓ ଇଲେକ୍ଟ୍ରିକାଲ୍ ପାର୍ଟସ୍ ରହିଛି । ଏହି କାର୍ଯ୍ୟକ୍ରମରେ ଗ୍ରାହକଙ୍କୁ ୭ ବର୍ଷ ପର୍ଯ୍ୟନ୍ତ ଗାଡ଼ି ପାଇଁ ତିନି ବର୍ଷିଆ ପଲିସି, ୮ ବର୍ଷର ଗାଡ଼ି ପାଇଁ ୨ ବର୍ଷିଆ ପଲିସି ଓ ୯ ବର୍ଷର ଗାଡ଼ି ପାଇଁ ୧ ବର୍ଷିଆ ପଲିସି । ହାଇନେସ୍ ଓ ସିବି୩୫୦ଆର୍‌ଏସ୍ ମୋଟରସାଇକଲ୍ ପାଇଁ ଏହି ବିକଳ୍ପ ୧,୩୦,୦୦୦ କିମି ପର୍ଯ୍ୟନ୍ତ ରହିବ ।
ଏ ସମ୍ପର୍କରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ସେଲସ ଓ ମାର୍କେଟିଂ ନିର୍ଦ୍ଦେଶକ ଶ୍ରୀ ଯୋଗେଶ ମାଥୁର କହିଛନ୍ତି ଯେ, “ଏଚଏମ୍‌ଏସ୍‌ଆଇରେ ଅତୁଳନୀୟ ମାଲିକାନା ଅନୁଭୂତି ପ୍ରଦାନ କରବା ପ୍ରତି ଆମର ରହିଥିବା ଅତୁଟ ପ୍ରତିବଦ୍ଧତାକୁ ଆମେ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଛୁ । ବର୍ଦ୍ଧିତ ୱାରେଂଟି ଓ ବର୍ଦ୍ଧିତ ୱାରେଂଟି ପ୍ଲସ୍ ହେଉଛି ସେହି ପ୍ରତିବଦ୍ଧତାର ସମ୍ପ୍ରସାରଣ । ରେଡ୍ ୱିଙ୍ଗ ଗ୍ରାହକଙ୍କ ବିପୁଳ ସମର୍ଥନକୁ ନଜର କରି ଆମେ ଏହି ସ୍ୱତନ୍ତ୍ର ଅଭିଯାନକୁ ଆମ ଲୋକପ୍ରିୟ ସିବି୩୫୦ ମୋଟରସାଇକଲ୍ ପ୍ରତି ସମ୍ପ୍ରସାରିତ କରୁଛୁ । ୧,୦୦,୦୦୦ ଗ୍ରାହକ ମାଇଲଖୁଂଟକୁ ପାଳନ କରି ଆମର ବିଶ୍ୱାସ ରହିଛି ଯେ ଏହି କାର୍ଯ୍ୟକ୍ରମ ସନ୍ତୁଷ୍ଟିର ମାନଦଣ୍ଡ ନିର୍ଧାରଣ କରିବ । ଏହି ସ୍ୱତନ୍ତ୍ର ସୁବିଧା ଓ ୧୦ ବର୍ଷ ପର୍ଯ୍ୟନ୍ତ ୱାରେଂଟି ସହିତ ଉଚ୍ଚ ମୂଲ୍ୟର ପାର୍ଟସ୍‌କୁ ନେଇ ଗ୍ରାହକମାନେ ସମ୍ପୂର୍ଣ୍ଣ ମାନସିକ ଶାନ୍ତି ଓ ସାରା ଭାରତରେ

ହୋଣ୍ଡାର ଭରସାକୁ ଉପଭୋଗ କରିପାରିବେ । ଆମର ଦୃଢ଼ ବିଶ୍ୱାସ ରହିଛି ଯେ ଗ୍ରାହକମାନେ ଆମ ଉପରେ ପ୍ରକଟ କରିଥିବା ଅତୁଟ ବିଶ୍ୱାସ ଓ ଭରସାକୁ ଏହି କାର୍ଯ୍ୟକ୍ରମ ଆହୁରି ସୁଦୃଢ଼ କରିବ ।’’
ଗ୍ରାହକମାନେ ସୁବିଧାରେ ନିକଟତମ ସ୍ୱୀକୃତିପ୍ରାପ୍ତ ହୋଣ୍ଡା ବିଗ୍‌ୱିଙ୍ଗ୍‌ରେ ୫,୩୨୧ ଟଙ୍କାରୁ ଆରମ୍ଭ ହେଉଥିବା ଏହି ସେବା ପାଇପାରିବେ । ଗାଡ଼ିର କିଣା ବର୍ଷ ଅନୁସାରେ ମୂଲ୍ୟ ଢାଂଚାରେ ପରିବର୍ତନ କରାଯାଇଛି ଯାହା ସମସ୍ତ ଗ୍ରାହକଙ୍କ ପାଇଁ ନମନୀୟତା ଓ ସୁଲଭତାକୁ ସୁନିଶ୍ଚିତ କରିବ ।

Share

Leave a Reply

Your email address will not be published. Required fields are marked *

11 − 2 =