ଡେନ୍‌ଭର ପକ୍ଷରୁ ସୌରଭ ଗାଙ୍ଗୁଲିଙ୍କ ସହ ସହଯୋଗିତା ସ୍ଥାପନ

ଭୁବନେଶ୍ୱର: ପୁରୁଷ ସୁଗନ୍ଧ ଉତ୍ପାଦର ଅଗ୍ରଣୀ ବ୍ରାଣ୍ଡ୍ ଡେନ୍‌ଭର୍ ପକ୍ଷରୁ ନୂଆ ଟିଭି ବିଜ୍ଞାପନ ଅଭିଯାନ ଲାଗି କ୍ରିକେଟ୍ ତାରକା ସୌରଭ ଗାଙ୍ଗୁଲିଙ୍କ ସହ ସହଯୋଗିତା ସ୍ଥାପନ କରାଯାଇଛି । କଂପାନି ଏହାର ଗ୍ରାହକମାନଙ୍କ ପାଖରେ ପହଂଚିବା ଓ ସଚେତନତା ବଢ଼ାଇବା ଦିଗରେ ଏହା ଏକ ବଡ଼ ପଦକ୍ଷେପ । ଡେନ୍‌ଭର ହେଉଛି ଉତ୍କର୍ଷତାର ଅନ୍ୟନାମ ହୋଇଥିବା ବେଳେ ଦେଶର ପୁରୁଷ ଓ ପ୍ରଫେସନାଲମାନଙ୍କ ମଧ୍ୟରେ ଏହା ପ୍ରମୁଖ ପସନ୍ଦରେ ପରିଣତ ହୋଇଛି । ଆକର୍ଷଣୀୟ ଓ ସମୃଦ୍ଧ ଉତ୍ପାଦ ପ୍ରଦାନ କରିବାର ଅତୁଟ ପ୍ରତିବଦ୍ଧତାକୁ ନେଇ ଡେନ୍‌ଭର ଉତ୍ପାଦଗୁଡ଼ିକ ହେଉଛି ଅଭିଳାଷ ଓ ଆତ୍ମ ବିଶ୍ୱାସର ପ୍ରତୀକ । ସୌରଭ ନିଜ ଦମ୍‌ରେ ନିଜକୁ ବିଶ୍ୱ ସ୍ତରରେ ପ୍ରତିଷ୍ଠା କରିପାରିଛନ୍ତି । ନିଷ୍ଠା, ସଂକଳ୍ପ, ବିଜୟ ସହିତ ତାଙ୍କର ଗଭୀର ସମ୍ପର୍କ ରହିଛି ଏବଂ ସେହି ସବୁ ଗୁଣଗୁଡ଼ିକ ଡେନ୍‌ଭର୍ ବ୍ରାଣ୍ଡ୍‌ର ମୂଲ୍ୟବୋଧ ସହ ଖାପଖାଉଚି । ଜଣେ ବ୍ୟକ୍ତି ଭାବେ କଠିନ ପରିଶ୍ରମ, ଅଭିଳାଷ ଓ ସମର୍ପଣ ଭାବ ଜରିଆରେ ସେ ବାସ୍ତବ ସଫଳତା ହାସଲ କରିଛନ୍ତି । ତାଙ୍କ ଜୀବନ ଯାତ୍ରାରୁ ଅନୁପ୍ରାଣିତ ହୋଇ ଡେନ୍‌ଭର୍ ପକ୍ଷରୁ ସଫଳତାର ପ୍ରକୃତ ବାସ୍ନା ଅଭିଯାନ ପ୍ରସ୍ତୁତ କରାଯାଇଛି । ଏ ସମ୍ପର୍କରେ ସୌରଭ ଗାଙ୍ଗୁଲି କହିଛନ୍ତି ଯେ, “ସଫଳତାର ଭାବ ପ୍ରକାଶ କରୁଥିବା ଏକ ବ୍ରାଣ୍ଡ୍ ଡେନ୍‌ଭର୍‌ର ପ୍ରଚାର କରୁଥିବାରୁ ମୁଁ ଗର୍ବିତ । କ୍ରିକେଟ୍‌ରେ ସ୍ଥିରତା ଓ ଅଭିଳାଷ ଯେଭଳି ବିଜୟ ପ୍ରଦାନ କରିଥାଏ, ଡେନ୍‌ଭର ମଧ୍ୟ ପୁରୁଷ ଗ୍ରୁମିଂ ବର୍ଗରେ ସୁଗନ୍ଧ ଦୁନିଆରେ ସଫଳତା ହାସଲ କରିଛି । ମୋର ବିଶ୍ୱାସ ରହିଛି ଯେ ଏହି ସହଯୋଗିତା ସେହି ଲୋକମାନଙ୍କୁ ଅନୁପ୍ରାଣିତ କରିବ ଯେଉଁମାନେ ଜୀବନର ପ୍ରତିଟି ଦିଗରେ ସଫଳତା ହାସଲ କରିବାକୁ ଚାହୁଛନ୍ତି ।’’ ଏଚ୍‌ଏସ୍‌ପିଏଲ୍‌ର ଏମ୍‌ଡି ଓ ସିଇଓ ଶ୍ରୀ ସୌରଭ ଗୁପ୍ତା କହିଛନ୍ତି ଯେ, “ସୌରଭ ଗାଙ୍ଗୁଲିଙ୍କୁ ଡେନଭର ପରିବାରକୁ ସ୍ୱାଗତ କରି ଆମେ ବେଶ ଆନନ୍ଦିତ । ଜଣେ କ୍ରିକେଟ୍ ତାରକାଠାରୁ ସୌରଭ ଗାଙ୍ଗୁଲି ଆହୁରି ବହୁତ କିଚଇ ପାଇଁ ପରିଚିତ । ସେ ହେଉଛନ୍ତି କଠିନ ପରିଶ୍ରମ, ନିଷ୍ଠା ଓ ଉତ୍କର୍ଷ ସନ୍ଧାନର ବିଶ୍ୱ ବିଜୟୀ ପ୍ରତୀକ । ସେ ନିଜ ଦମ୍‌ରେ ଜଣେ କିମ୍ବଦନ୍ତୀରେ ପରିଣତ ହୋଇଛନ୍ତି । ଉଭୟ ପଡ଼ିଆ ଭିତରେ ଓ ବାହାରେ ସେ ବେଶ ଲୋକପ୍ରିୟ ଥିବା ବେଳେ କ୍ରିକେଟ୍ ପ୍ରଶଂସକ ଓ ଯୁବପିଢ଼ିଙ୍କ ସହ ତାଙ୍କର ଅତୁଳନୀୟ ସମ୍ପର୍କ ରହିଥିବାରୁ ଆମେ ବିଶ୍ୱାସ କରୁଛୁ ଯେ ତାଙ୍କ ପରି ପ୍ରଭାବଶାଳୀ ଢଙ୍ଗରେ ଡେନ୍‌ଭର୍ ବ୍ରାଣ୍ଡ୍‌କୁ ଅନ୍ୟ କେହି ଉପସ୍ଥାପନ କରିପାରିବେ ନାହିଁ । ଆମେ ଆମ ଗ୍ରାହକଙ୍କୁ ଅନୁପ୍ରାଣିତ ଓ ସଶକ୍ତ କରିବାକୁ ଚାହୁଥିବା ବେଳେ ଏହି ସହଯୋଗିତା ଡେନ୍‌ଭର ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଯୋଡ଼ିବ ।’’ ଡେନ୍‌ଭର୍‌ର ବ୍ରାଣ୍ଡ୍ ମ୍ୟାନେଜର ଆଦିତ୍ୟ ଯାଦବ କହିଛନ୍ତି ଯେ, “ଏହି ନୂଆ ପ୍ରଚାର ଅଭିଯାନକୁ ନେଇ ଆମେ ଅତ୍ୟନ୍ତ ଉଲ୍ଲସିତ କାରଣ ଜଣେ ପ୍ରଶଂସକ ଭାବେ ତାଙ୍କ ସହିତ କାମ କରି ମୁଁ ବହୁତ ଖୁିସି । ଡେନ୍‌ଭରକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଂଚାଇବାକୁ ଆମେ ଚାହିରହିଛୁ । ଏହା ଆମ ପାଇଁ ଏକ ବିଜୟୀ ମାଇଲଖୁଂଟ ସାବ୍ୟସ୍ତ ହେବ ।’’
Share

Leave a Reply

Your email address will not be published. Required fields are marked *

12 − 11 =