କରୋନାକୁ ପ୍ରଥମେ ଚିହ୍ନଟ କରିଥିଲେ ଝାଙ୍ଗ ଜିଜିଆନ୍

ନୂଆଦିଲ୍ଲୀ() ଚୀନର ବୁହାନ ସହରରୁ ଆରମ୍ଭ ହୋଇଥିବା କରୋନା ରୂପୀ ମୃତ୍ୟୁ ଏବେ ମହାମାରୀ ରୂପ ନେଇଛି । ତେବେ ସବୁଠାରୁ ବଡ଼କଥା ହେଲା କରୋନାକୁ ନେଇ ସମସ୍ତେ ଅଜଣା ଥିବାବେଳେ ପ୍ରଥମେ ଏହି ଭୟଙ୍କର ଭାଇରସକୁ ଚିହ୍ନଟ କରିଥିଲେ ଚୀନର ଜଣେ ମହିଳା ଡାକ୍ତର ଝାଙ୍ଗ ଜିଜିଆନ୍ ।

ଶ୍ୱାସରୋଗ ବିଶେଷଜ୍ଞ ଡାକ୍ତର ଝାଙ୍ଗ ଜିଜିଆନ୍ । ଅଜଣା ମୃତ୍ୟୁକୁ ଚିହ୍ନଟ କରିଥିବା ଡାକ୍ତରଙ୍କୁ ନିକଟକୁୁ ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ । କିଏ ଭଗବାନ୍ କହୁଛି ତ କିଏ ହୀରୋ କହୁଛି ପୁଣି ଆଇ କିଏ ରକ୍ଷକ କହୁଛି ।

ମାତ୍ର ଏକ ମାସ ମଧ୍ୟରେ ୩୬୦ରୁ ଅଧିକ ମୁଣ୍ଡ ନେଇଥିବା କରୋନାକୁ ପ୍ରଥମେ ଚିହ୍ନଟ କରିଥିଲେ ଏହି ମହିଳା ଡାକ୍ତର ଜଣକ । ୨୬ ଡିସେମ୍ବର ସକାଳେ ବୁହାନର ୫୪ ବର୍ଷୀୟ ମହିଳା ଡାକ୍ତର ଜଙ୍ଗ ଜିକ୍ସିଆନ୍ ଚାରି ଜଣ ଲୋକଙ୍କ ଠାରେ ଏକ ନୂଆ ଭାଇରସ ସଂକ୍ରମଣର ଚିହ୍ନଟ କରିଥିଲେ । ଗୋଟିଏ ପରିବାରର ତିନିଜଣଙ୍କ ସମେତ ଚାରିଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ବେଳେ ନୂଆ ଫ୍ଲୁର ସନ୍ଧାନ ପାଇଥିଲେ ।

ଗୋଟିଏ ପରିବାରର ଲୋକଙ୍କ ଠାରେ ଦେଖିବାକୁ ମିଳିଥିଲା ଗୋଟିଏ ପ୍ରକାରର ଭାଇରସ୍ । ଗୋଟିଏ ପରିବାରର ସମସ୍ତ ରୋଗୀଙ୍କୁ ଠାରେ ନିମୋନିଆ ଦେଖିବାକୁ ମିଳିଥିଲା । ଯାହା ଦେଖି ଜିଜିଆନ୍ ନୂଆ ରୋଗକୁ ନେଇ ସଚେତନ ହୋଇଯାଇଥିଲେ ଓ ସାବଧାନ କରାଇଥିଲେ । ରୋଗୀଙ୍କ ଫୁସଫୁସରେ ଏକ୍ସରେ ଦେଖିବା ପରେ କରୋନା ରୋଗକୁ ଚିହ୍ନଟ କରିଥିଲେ ଜଙ୍ଗ ଜିକ୍ସିଆନ ।

Share

Leave a Reply

Your email address will not be published. Required fields are marked *

seventeen − seven =