Business

ଆରଏସଏସଡିଆଇ ସହିତ ସାନୋଫି ଇଣ୍ଡିଆର ଟାଇପ ୧ମଧୁମେହ ସାମାଜିକ ପ୍ରଭାବ କାର୍ଯ୍ୟକ୍ରମ ସକରାତ୍ମକ ଫଳାଫଳ ପ୍ରଦାନ କରୁଛି

ସେବା ଶୁଶ୍ରୁଷା ଏବଂ ପରିଚାଳନାରେ ଉନ୍ନତ ପହଞ୍ଚର ପରିମାଣ ସ୍ୱରୂପ ପ୍ରତି ସପ୍ତାହରେ ହାଇପୋଗ୍ଲାଇସେମିଆର ଏବଂ ହାଇପରଗ୍ଲାଇସେମିଆ ଘଟଣା କମ ହୋଉଛି

ଟାଇପ ୧ ମଧୁମେହ (ଞ୧ଊ) ପାଇଁ ଝଓଖର ସାମାଜିକ ପ୍ରଭାବ କାର୍ଯ୍ୟକ୍ରମରେ ସେମାନଙ୍କର ସହଯୋଗ ସକରାତ୍ମକ ଫଳାଫଳ ପ୍ରଦାନ କରୁଛି ବୋଲି ରିସର୍ଚ୍ଚ ସୋସାଇଟି ଫର ଷ୍ଟଡିଜ ଅଫ ଡାଇବେଟିସ ଇନ ଇଣ୍ଡିଆ (ଜଝଝଊଓ) ସହିତ ସାନୋଫି ଇଣ୍ଡିଆ ଲିମିଟେଡ (ଝଓଖ) ଭାଗୀଦାର କରିଛନ୍ତି । ସାଧାରଣତଃ ଶିଶୁ ରୋଗୀ ଜନସଂଖ୍ୟା ଏବଂ ଯୁବ ବୟସ୍କମାନଙ୍କୁ ପ୍ରଭାବିତ କରୁଥିବା ଏହି ଅଟୋ-ଇମ୍ୟୁନ କ୍ରନିକ ସ୍ଥିତିର ନିରାକରଣ ଏବଂ ପରିଚାଳନା ପାଇଁ ଏହି କାର୍ଯ୍ୟକ୍ରମ ଏକ ବୈଶିକ ଡାକ୍ତରୀ ଉପଚାର ନିର୍ଦ୍ଦେଶାବଳୀ ସୃଷ୍ଟି କରିଛି । ଏହି ଅବସ୍ଥାରେ ପୀଡିତ ୧୩୦୦ ବଞ୍ଚିତ ପିଲାମାନଙ୍କୁ ମାଗଣା ଇନସୁଲିନ, ସିରିଞ୍ଜ, ଲାନସେଟ, ଏବଂ ଗ୍ଲୁକୋଜ ଷ୍ଟ୍ରିପ ପାଇଁ ଅର୍ଥ ମଧ୍ୟ ପ୍ରଦାନ କରିଛି ।

ଏହି ୧୩୦୦ ପିଲା ଞ୧ଊ ପରିଚାଳନା ଉପରେ ଉନ୍ନତ ଶିକ୍ଷା ଗ୍ରହଣ କରୁଛନ୍ତି ଏବଂ ଇନସୁଲିନରେ ପହଞ୍ଚ ପାଇପାରୁଛନ୍ତି, ସେମାନେ ହାଇପୋଗ୍ଲାଇସେମିଆ ଏବଂ ତେଣୁ ହାଇପରଗ୍ଲାଇସେମିଆ ପରିଚାଳନା କରିବା କ୍ଷମତାରେ ବହୁତ ଉନ୍ନତି ପ୍ରଦର୍ଶନ କରୁଛନ୍ତି । ବିଗତ ୯ ମାସ ମଧ୍ୟରେ (ସେପ୍ଟେମ୍ବର ୨୦୨୨ରୁ ଜୁନ ୨୦୨୩) ଏହି କାର୍ଯ୍ୟକ୍ରମର ହସ୍ତକ୍ଷେପ ଦ୍ୱାରା ହାଇପୋଗ୍ଲାଇସେମିଆ(ସପ୍ତାହରେ ୧ରୁ ୪ ଥର) ପିଲାଙ୍କ ସଂଖ୍ୟା ୪୬% (ବନାମ ୭୦%) ଏବଂ ହାଇପରଗ୍ଲାଇସେମିଆ’ରେ (ସପ୍ତାହରେ ୧ରୁ ୪) ହ୍ରାସ ପାଇଛି ୨୫% (ବନାମ ୫୨%) ।

ଟାଇପ ୧ ମଧୁମେହରେ ପୀଡିତ ଏବଂ ଜଝଝଊଓ ଓ ସାନୋଫି ଇଣ୍ଡିଆର ଞ୧ଊ ସାମାଜିକ ପ୍ରଭାବ କାର୍ଯ୍ୟକ୍ରମରେ ନାମ ଲେଖାଇଥିବା ୧୩୦୦ ପିଲାଙ୍କ ମଧ୍ୟରୁ ୮୨ ପିଲା ଓଡିଶା ରାଜ୍ୟରୁ ଆସିଛନ୍ତି ।

କିଶୋର କିମ୍ବା ଇନସୁଲିନ-ନିର୍ଭରଶୀଳ ମଧୁମେହ ବୋଲି କୁହାଯାଉଥିବା ଟାଇପ- ୧ ମଧୁମେହ ରୋଗୀ ଏବଂ ଭାରତରେ ସେମାନଙ୍କର ସେବା ଶିଶୂଷା କରୁଥିବା ବ୍ୟକ୍ତିମାନେ ମଧୁମେହ ପରିଚାଳନାରେ ଆହ୍ୱାନର ସମ୍ମୁଖୀନ ହେବା ଜାରି ରହିଛିି । ସ୍ୱଳ୍ପ ଜନ ସଚେତନତା, ସାମାଜିକ-ଅର୍ଥନୈତିକ ଭାର, ଏବଂ ବିଶେଷକରି ଅର୍ଦ୍ଧ ସହରୀ ଏବଂ ଗ୍ରାମାଞ୍ଚଳରେ ଉପଯୁକ୍ତ ସ୍ୱାସ୍ଥ୍ୟସେବା’ରେ ପହଞ୍ଚ ଞ୧ଊ ବିଷୟରେ ଅନ୍ୟାନ୍ୟ ଆହ୍ୱାନ ଅଟେ । ବିଳମ୍ବିତ ନିଦାନ, ଇନସୁଲିନ ପାଇଁ ଶୀତଳ-ଶୃଙ୍ଖଳା ପରିଚାଳନା ଏବଂ ରୋଗୀ ଓ ସେବା ଶିଶୂଷା କରୁଥିବା ବ୍ୟକ୍ତିଙ୍କ ଅପର୍ଯ୍ୟାପ୍ତ ଶିକ୍ଷା ଅନ୍ୟାନ୍ୟ ଜଟିଳତା ମଧ୍ୟରେ ଅର୍ନ୍ତଭୁକ୍ତ ଅଟେ । ଅଧିକନ୍ତୁ, ଦେଖାଯାଏ ଯେ ଟାଇପ-୧ ମଧୁମେହ ସାମାଜିକ ବିଚ୍ଛିନ୍ନତା ସୃଷ୍ଟି କରେ, ବିଶେଷତଃ ଝିଅମାନଙ୍କ ପାଇଁ । ଭାରତର ସମସ୍ତ ଟାଇପ -୧ ମଧୁମେହ ପ୍ରଭାବିତଙ୍କୁ ତୁରନ୍ତ ନିରାକରଣ କରାଯାଇପାରିଲେ ପ୍ରତି ବ୍ୟକ୍ତିଙ୍କ୧ ପାଇଁ ୩ ବର୍ଷ ସୁସ୍ଥ ଜୀବନ ପୁନରୁଦ୍ଧାର ହୋଇପାରନ୍ତା । ସେହିଭଳି ଭାରତରେ ସମସ୍ତେ ଇନସୁଲିନ, ଟେଷ୍ଟଷ୍ଟ୍ରିପ ଏବଂ ଭଲ ସ୍ୱ-ପରିଚାଳନା ସୁବିଧା ପାଇଲେ ପ୍ରତି ବ୍ୟକ୍ତିଙ୍କ ପାଇଁ ୨୧.୨ ବର୍ଷ ସୁସ୍ଥ ଜୀବନ୫ ପୁନରୁଦ୍ଧାର ହୋଇପାରନ୍ତା ।

ଉପର ଉଲ୍ଲେଖିତ ସମସ୍ତ ଜଟିଳତା ସତ୍ତ୍ୱେ୍ୱ ବିଶେଷ ସେବା ଶୁଶ୍ରୂଷା ସହିତ ମଧୁମେହ ଶିକ୍ଷା, ଇନସୁଲିନ ପାଇଁ ନିରନ୍ତର ପହଞ୍ଚ, ରକ୍ତ ଗ୍ଲୁକୋଜ ନିଘ୍ରାଣୀ, କ୍ରନିକ ଜଟିଳତା ପରିଚାଳନା ପାଇଁ ଚାଲୁଥିବା ଯାଞ୍ଚ ଏବଂ ମାନସିକ ଏବଂ ସାମାଜିକ ସମର୍ଥନ ଦ୍ୱାରା ସୁସଜ୍ଜିତ ଞ୧ଊ ରୋଗାକ୍ରାନ୍ତ ବ୍ୟକ୍ତିମାନେ ଏକ ଭଲ ଗୁଣାତ୍ମକ ଜୀବନ ପାଇପାରିବେ ।

ତେଣୁ, ଶିଶୁ ଏବଂ ଯୁବ ବୟସ୍କଙ୍କ କ୍ଷେତ୍ରରେ ସମୟୋଚିତ ଏବଂ ଉତ୍ତମ ମଧୁମେହ ପରିଚାଳନାରେ ଡାକ୍ତରୀ-ଉପଚାର-ନିର୍ଦ୍ଦେଶାବଳୀ ଉନ୍ନତି କରିବା ପାଇଁ ଭାରତର ଅଗ୍ରଣୀ ଅନୁସନ୍ଧାନ ସଂଗଠନ ଜଝଝଊଓ ଏବଂ ସାନୋଫି ଇଣ୍ଡିଆ ଜାନୁୟାରୀ ୨୦୨୧ରେ ତିନିି ବର୍ଷର ସାମାଜିକ ପ୍ରଭାବ କାର୍ଯ୍ୟକ୍ରମ ପାଇଁ ହାତ ମିଳାଇଥିଲେ । ଏହି ସାମାଜିକ ପ୍ରଭାବ କାର୍ଯ୍ୟକ୍ରମ ପାଇଁ ପିପୁଲ-ଟୁ-ପିପୁଲ ହେଲଥ ଫାଉଣ୍ଡେସନ (ଚଚଐୠ) କାର୍ଯ୍ୟାନ୍ୱୟନ ସହଯୋଗୀ ଅଟେ ।

ଡା. ସଞ୍ଜୟ ଅଗୱାଲ
ସଚିବ-ଭାରତରେ ମଧୁମେହ ଅଧ୍ୟୟନ ପାଇଁ ଅନୁସନ୍ଧାନ ସମାଜ(ଜଝଝଊଓ)

“ଭାତରେ୩ ଅନୁମାନିକ ୮.୬ ଲକ୍ଷ ଞ୧ଊ ରୋଗୀଙ୍କ ସହିତ ଏହି ଅବସ୍ଥାରେ ରହୁଥିବା ପିଲାମାନଙ୍କ ଜରୁରୀ ଆବଶ୍ୟକତାକୁ ଅଣଦେଖା କରିପାରିବୁ ନାହିଁ । ଶିଶୁମାନଙ୍କର ସଫଳ ବିକାଶ ପାଇଁ ଆବଶ୍ୟକ ସମୟୋଚିତ ନିଦାନ ଏବଂ ସଠିକ ମଧୁମେହ ପରିଚାଳନାକୁ ସକ୍ଷମ କରିବା ପାଇଁ ଏହି କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ସେବା ବୃତ୍ତିଧାରୀ ଏବଂ ଶିକ୍ଷାବିତମାନଙ୍କୁ ଆବଶ୍ୟକ ଉପକରଣ ଏବଂ ଜ୍ଞାନ ସହିତ ସଜାଇଛି । ବୈଶିକ ସୁପାରିଶ ଅନୁଯାୟୀ ସମଗ୍ର ଭାରତରେ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ଏକ ଜାଗତିକ ଡାକ୍ତରୀ-ଉପଚାର-ନିର୍ଦ୍ଦେଶାବଳୀ ସୃଷ୍ଟି କରିବାକୁ ଏହି କାର୍ଯ୍ୟକ୍ରମ ପାଇଁ ଜଝଝଊଓ ଏବଂ ସାନୋଫି ଇଣ୍ଡିଆ ସେମାନଙ୍କର ନିଜସ୍ୱ ଅଭିଜ୍ଞତା ଏବଂ ବିଶେଷଜ୍ଞତା’କୁ ଏକତ୍ର କରିଛନ୍ତି । ଭାରତରେ ଞ୧ଊ ସେବା ଶୁଶ୍ରୂଷାର ପରିଦୃଶ୍ୟକୁ ରୂପାନ୍ତର କରିବା ପାଇଁ ଜଝଝଊଓ ଉତ୍ସର୍ଗୀକୃତ ।”

ଓଊୠ ମଧୁମେହ ଆଟଲସ ୨୦୨୧୩ ଅନୁଯାୟୀ ଭାରତରେ ବର୍ତ୍ତମାନ ୨୦ ବର୍ଷରୁ କମ ବୟସର ଲୋକମାନଙ୍କ ମଧ୍ୟରେ ସର୍ବାଧିକ ଟାଇପ ୧ ମଧୁମେହ ରୋଗ ରହିଛି (୨୨୯,୪୦୦) ।
ବୈଶିକ ଟାଇପ ୧ ମଧୁମେହ ସୂଚକାଙ୍କ ଅନୁଯାୟୀ ଭାରତରେ ପ୍ରତିବର୍ଷ ଟାଇପ ୨ ମଧୁମେହ ପାଇଁ ୪.୪% ତୁଳନାରେ ଟାଇପ ୧ ମଧୁମେହ ୬.୭% ହାରରେ ବୃଦ୍ଧି ପାଉଛି ।୪
ସାରା ଭାରତରେ ଉଭୟ ପ୍ରଶିକ୍ଷିତ ସ୍ୱାସ୍ଥ୍ୟ ସେବା ଶୁଶ୍ରୂଷାକାରୀ ବୃତ୍ତିଧାରୀ (ଐଉଚଗ୍ଦ) ଏବଂ ଞ୧ଊ ଶିକ୍ଷାବିତଙ୍କ ନେଟୱର୍କ ମାଧ୍ୟମରେ ଏକ ସହାୟତା କାର୍ଯ୍ୟକ୍ରମ ସୃଷ୍ଟି କରି ଞ୧ଊ ରୋଗୀଙ୍କ ସ୍ୱାସ୍ଥ୍ୟ ସ୍ଥିତିକୁ ସୁଦୃଢ କରିବା ପାଇଁ ଜଝଝଊଓ ଏବଂ ସାନୋଫି ଇଣ୍ଡିଆର ସାମାଜିକ ପ୍ରଭାବ କାର୍ଯ୍ୟକ୍ରମରେ ଲକ୍ଷ୍ୟ ରଖାଯାଇଛି । ଡାକ୍ତରମାନଙ୍କୁ ପ୍ରଶିକ୍ଷଣ ଦେବା ସଠିକ ନିଦାନ ଏବଂ ପରିଚାଳନାକୁ ସକ୍ଷମ କରିବ, ଯାହା କ୍ରନିକ ଜଟିଳତା ଉତ୍ପନ୍ନ ହେବାକୁ ହ୍ରାସ କରିବ । ଡାକ୍ତରମାନଙ୍କ ଦ୍ୱାରା ଞ୧ଊର ସମୟୋଚିତ ନିଦାନ ଏବଂ ଞ୧ଊ ଦ୍ୱାରା ପ୍ରଭାବିତ ଏବଂ ସେମାନଙ୍କ ଯତ୍ନ ନେଉଥିବା ବ୍ୟକ୍ତିଙ୍କ ପାଇଁ ଯତ୍ନ ଓ ପରିଚାଳନା କୌଶଳ ବୃଦ୍ଧି ପାଇଁ ଞ୧ଊ ଶିକ୍ଷାବିତମାନଙ୍କ ଦକ୍ଷତା ନିର୍ମାଣ କରିବାକୁ ଜଝଝଊଓ ଦୁଇ ସେଟ ମଡ୍ୟୁଲ ସୃଷ୍ଟି କରିଛି ।

ସୁଶ୍ରୀ ଅପର୍ଣ୍ଣା ଥୋମାସ
ବରିଷ୍ଠ ନିର୍ଦ୍ଦେଶକ, କର୍ପୋରେଟ ଯୋଗାଯୋଗ ଏବଂ କର୍ପୋରେଟ ସାମାଜିକ ଦାୟିତ୍ୱ,
ଭାରତ ଏବଂ ଦକ୍ଷିଣ ଏସିଆ, ସାନୋଫି ଇଣ୍ଡିଆ ଲିମିଟେଡ

“ଭାରତରେ ଟାଇପ- ୧ ମଧୁମେହ ରୋଗରେ ପୀଡିତ ଅନେକ ପିଲାଙ୍କ ଜୀବନର ଗୁଣାତ୍ମକତାରେ ଶୀଘ୍ର ଉନ୍ନତି ଆଣିବାରେ ଆମର ସାମାଜିକ କାର୍ଯ୍ୟକ୍ରମ ହସ୍ତକ୍ଷେପର ପ୍ରଭାବ ଦେଖି ଆମେ ଅତ୍ୟଧିକ ପ୍ରେରଣା ପାଇଛୁ । ଟାଇପ- ୧ ମଧୁମେହର ନିଦାନ, ଶିକ୍ଷା ଏବଂ ପରାମର୍ଶ ପାଇଁ ବହୁ ଆବଶ୍ୟକତା ଡାକ୍ତରୀ-ଉପଚାର-ନିର୍ଦ୍ଦାଶାବଳୀ ସୃଷ୍ଟି କରିବାକୁ ଏହି ପ୍ରୋଗ୍ରାମକୁ ପରିକଳ୍ପନା କରାଯାଇଛି । ଞ୧ଊ ନିଦାନ, ଚିକିତ୍ସା ଏବଂ ସେବା ଶୁଶ୍ରୂଷା ପାଇଁ ଡାକ୍ତର ଏବଂ ଶିକ୍ଷାବିତଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି କରିବାକୁ ଞ୧ଊ ପ୍ରଶିକ୍ଷଣକୁ ଏହି କାର୍ଯ୍ୟକ୍ରମ ସହଜ କରିଥାଏ ସେମାନଙ୍କର ଞ୧ଊକୁ ସୁଚାରୁରୂପେ ପରିଚାଳନା ପାଇଁ ଚିକିତ୍ସା ପାଇବାକୁ ଆର୍ଥିକ ସହାୟତା ଆବଶ୍ୟକ କରୁଥିବା ୧୩୦୦ ପିଲାଙ୍କୁ ମଧ୍ୟ ସାନୋଫି ଇଣ୍ଡିଆର ସାମାଜିକ ପ୍ରଭାବ କାର୍ଯ୍ୟକ୍ରମ ମାଗଣା ଇନସୁଲିନ ପାଇଁ ପାଣ୍ଠି ଯୋଗାଉଛି ।”

ଡା. ସମ୍ବିତ ଦାସ
ଏମବିବିଏସ, ଡିଏମ-ଏଣ୍ଡୋକ୍ରିନୋଲୋଜି, ଏମଡି- ଜେନେରାଲ ମେଡିସିନ

“ଟାଇପ- ୨ ମଧୁମେହ ପରି ଟାଇପ- ୧ ମଧୁମେହ ମଧ୍ୟ କ୍ଷିପ୍ର ବେଗରେ ବଢି ଚାଲିଛି ଏବଂ ଏହାର ପ୍ରାଦୁର୍ଭାବ ସେତେଟା ଗୁରୁତ୍ୱପୂର୍ଣ୍ଣ ହୋଇନଥିଲା ହେଁ ଏହା ଚିନ୍ତାର କାରଣ ଅଟେ । ତେଣୁ ଟାଇପ- ୧ ମଧୁମେହ ଥିବା ପିଲାମାନେ ସମ୍ମ୍‌ୁଖୀନ ହେଉଥିବା ଆହ୍ୱାନ’ର ମୁକାବିଲା ପାଇଁ ଚିକିତ୍ସା, ନିଘ୍ରାଣି, ଖୋରାକ ଏବଂ ଟାଇଟ୍ରେସନ ଉପରେ ବିସ୍ତୃତ ପ୍ରଶିକ୍ଷଣ ଏବଂ ଶିକ୍ଷା ଗୁରୁତ୍ୱପୂର୍ଣ୍ଣ ଅଟେ । ଓଡିଶାରେ ସ୍ୱାସ୍ଥ୍ୟସେବା ବୃତ୍ତିଧାରୀ ଏବଂ ଶିକ୍ଷାବିତମାନଙ୍କୁ ୨ଟି କେନ୍ଦ୍ରରେ ଆବଶ୍ୟକ ଉପକରଣ ଏବଂ ଜ୍ଞାନ ସହିତ ସଜାଇ ଆମେ ଏହି ପିଲାମାନଙ୍କ ଜୀବନରେ ଏକ ପ୍ରମୁଖ ପରିବର୍ତ୍ତନ କରିପାରିବା ।”

ଟାଇପ- ୧ ମଧୁମେହ ସହିତ ଭଲ ଭାବରେ ମୁକାବିଲା କରିବା ଏବଂ ଏହା ବିଷୟରେ ଗଭୀର ଭାବେ ଜଡିତ ଥିବା ଅନ୍ଧବିଶ୍ୱାସକୁ ମୂଳପୋଛ କରିବା ବିଷୟରେ ଅଧିକ ଜାଣିବାକୁ ଞଚ୍ଚକ୍ଟ୍ରର ୧ ଊସବଭରଗ୍ଧରଗ୍ଦ ଠସୟରକ୍ଟଗ୍ଦ ଜ୍ଝ ଜଝଝଊଓ ପରିଦର୍ଶନ କରନ୍ତୁ ।

ଜଝଝଊଓ ବିଷୟରେ

ରିସର୍ଚ ସୋସାଇଟି ଫର ଷ୍ଟଡି ଅଫ ଡାଇବେଟିସ ଇନ ଇଣ୍ଡିଆ ରେଜିଷ୍ଟ୍ରେସନ ଅଧିନିୟମ, ୧୮୬୦ର ଢଢଓ ଅଧୀନରେ ରେଜଷ୍ଟ୍ରାର ଅଫ ସୋସାଇଟି, ଦିଲ୍ଲୀ ପ୍ରଶାସନ ୧୯୭୨-୭୩ର ଦ୍ରଷ୍ଟବ୍ୟ: ପ୍ରମାଣପତ୍ର ନମ୍ବର ୧୯୭୨-୭୩ର ଗ୍ଦ ୫୪୮୦, ଦିନାଙ୍କ ଜୁଲାଇ ୨୯, ୧୯୭୨ରେ ଦିଲ୍ଲୀରେ ପଞ୍ଜିକୃତ ହୋଇଥିଲା । ସମ୍ପ୍ରତି ୨୧ଟି ଭାରତୀୟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରୁ ଆଜୀବନ ସଦସ୍ୟମାନେ ପ୍ରତିନିଧିତ୍ୱ କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

3 × one =