ପ୍ରଥମ ଦିନରେ ୧୧କୋଟି

ହ୍ରିତ୍ୱିକ୍ ରୋଶନଙ୍କ ଫିଲ୍ମ ସୁପର ୩୦ ଗତକାଲି ରିଲିଜ ହୋଇଥିଲା । ଫିଲ୍ମକୁ ଦର୍ଶକ ଏବଂ କ୍ରିଟିକ୍ସଙ୍କ ଠାରୁ ଖୁବ୍ ଭଲ ରେସପନ୍ସ ମିଳିଛି । ପ୍ରଥମ ଦିନରେ ଏହି ଫିଲ୍ମ ବକ୍ସ ଅଫିସରେ ୧୧କୋଟି ବ୍ୟବସାୟ କରିଛି । ଫିମେଲ୍ ଲିଡ୍ରେ ଅଛନ୍ତି ମୃଣାଳ ଠାକୁର। ବଲିଉଡର ଆଗ ଧାଡ଼ିର ନାୟକ ହ୍ରିତିକଙ୍କ ବିପକ୍ଷରେ ତାଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି।

ସୁପର ୩୦ ପାଟନାର ଗଣିତ ଶିକ୍ଷକ ଆନନ୍ଦ କୁମାରଙ୍କ ବାୟୋପିକ ଉପରେ ଆଧାରିତ । ଫିଲ୍ମରେ ହ୍ରିତ୍ୱିକ୍ ଆନନ୍ଦ କୁମାର ଭୂମିକାରେ ଅଛନ୍ତି । ଏହି ଫିଲ୍ମ ସହ ହ୍ରିତ୍ୱିକ ବହୁ ଦିନ ପରେ ପରଦାକୁ ଫେରିଛନ୍ତି । ତାଙ୍କର ପୂର୍ବ ଫିଲ୍ମ କାବିଲ ୨୦୧୭ରେ ରିଲିଜ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

nine − 3 =