ବନ୍ଧା ହେଲେ ଆଶୀର୍ବାଦ ବେହେରା, ପୁଅ କହିଲେ ଚକ୍ରାନ୍ତ ହୋଇଛି

କଟକ: ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ଗିରଫ ହୋଇଛନ୍ତି ପୂର୍ବତ୍ତନ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା।  ଆଜି ସକାଳୁ ତାଙ୍କ ବାସଭବନରେ ଚଢ଼ାଉ କରି ସିବିଆଇ ତାଙ୍କୁ ଗିରଫ କରିଛି । ଚିଟଫଣ୍ଡ ମାମଲାରେ ପୂର୍ବରୁ ତାଙ୍କ ନାମରେ ଚାର୍ଜସିଟ ଦାଖଲ କରଯାଇଥିଲା । ଜଣେ ହୋଟେଲ ମାଲିକ କମଳାକାନ୍ତ ଦାସ ବି ଗିରଫ ହୋଇଥିବା ସୂଚନା ।

ସକାଳୁ ଆଶୀର୍ବାଦଙ୍କ କ୍ୟାଣ୍ଟନମେଣ୍ଟ ରୋଡସ୍ଥିତ ଘରେ ସିବିଆଇ ଚଢାଉ କରିବା ପରେ ତାଙ୍କୁ ଗିରଫ କରିଛି । ତେବେ ବାପାଙ୍କ ଗିରଫକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୁଅ ସଞ୍ଜୟ ବେହେରା । ଏହା ଏକ ଚକ୍ରାନ୍ତ ଓ ରାଜନୈତିକ ପ୍ରଣୋଦିତ । କାରଣ ଆସନ୍ତା ସେପ୍ଟେମ୍ବର 27ରେ ଅଛି ଓସିଏ ନିର୍ବାଚନ । ଆସନ୍ତାକାଲି ନୋମିନେସନ ତେବେ ଏହାକୁ ନଜରରେ ରଖି ଏହି ଷଡଯନ୍ତ୍ର ରଚାଯାଇଛି ବୋଲି କହିଛନ୍ତି ସଞ୍ଜୟ । ବିପକ୍ଷ ଗୋଷ୍ଠୀଙ୍କ ଚକ୍ରାନ୍ତରେ ତାଙ୍କର କୌଣସି କ୍ଷତି ହେବନି ବୋଲି ସଞ୍ଜୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

ସୂଚନାଯୋଗ୍ୟ, ଓପିଏଲ ଖେଳରେ ଯେଉଁ ଟଙ୍କା ଖର୍ଚ୍ଚ ହୋଇଥିଲା ତାହା ଚିଟଫଣ୍ଡ ଟଙ୍କା ବୋଲି ସନ୍ଦେହ କରି ସିବିଆଇ ପୂର୍ବରୁ 4 ଥର ଆଶୀର୍ବାଦଙ୍କୁ ଜେରା କରିସାରିଥିଲା । ତେବେ ଆଜି ସକାଳ ସମୟରେ 15 ରୁ 20ଜଣିଆ ଟିମ ଆଶୀର୍ବାଦଙ୍କ ଘରେ ଚଢାଉ କରି ତାଙ୍କୁ ଗିରଫ କରିଛି ।

Share

Leave a Reply

Your email address will not be published. Required fields are marked *

5 × four =