ବିଧାନସଭା ଅଧିବେଶନ ଆଗୁଆ ଶେଷ

ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ ମାତ୍ର ୫ଟି କାର୍ଯ୍ୟକାରୀ ଦିବସ ପରେ ଆଜି ହଠାତ ନିର୍ଦ୍ଧାରିତ ସମୟ ପୂର୍ବରୁ ବନ୍ଦ କରିଦିଆଯାଇଛି । ବାଚସ୍ପତି ପ୍ରଦୀପ କୁମାର ଅମାତ ଅପରାହ୍ନରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅଧିବେଶନକୁ ମୁଲତବି ଘୋଷଣା କରିଥିଲେ ଏହି ଅଧିବେଶନ ଚଳିତ ମାସ ୧୬ ତାରିଖରୁ ଆରମ୍ଭ ହୋଇଥିଲା । ଏବଂ ଏହା ଡିସେମ୍ବର ୧୫ ତରିଖ ପର୍ଯ୍ୟନ୍ତ ଚାଲିଥାନ୍ତା । ଚଳିତ ଅଧିବେଶନ ଯେଉଁ ୫ ଦିନ ଚାଲିଥିଲା ସେଥି ମଧ୍ୟରୁ ୪ଦିନ ବିଭିନ୍ନ ପ୍ରସଙ୍ଗରେ ଗୃହ ଏକ ପ୍ରକାର ଅଚଳ ହୋଇଥିଲା । କେବଳ ଆଜି ଶେଷ ଦିନ ଗୃହର କାର୍ଯ୍ୟ ସ୍ୱଭାବିକ ଭାବେ ଚାଲିଥିଲେ ମଧ୍ୟ ଗୃହକୁ ନିର୍ଦ୍ଧାରିତ ୧୮ ଦିନ ପୁର୍ବରୁ ଆଗୁଆ ମୁଲତବୀ କରିଦିଆଯାଇଛି । ଏହି ୫ଦିନର କାର୍ଯ୍ୟକାରୀ ଦିବସରେ ସବୁଠାରୁ ଗୁରୁତ୍ୱପୁର୍ଣୃୂ ବିଷୟ ଥିଲା ମହିଳାଙ୍କ ପାଇଁ ବିଧାନସଭାରେ ୩୩ଭାଗ ସ୍ଥାନ ସଂରକ୍ଷଣ କରିବା ପାଇଁ ସର୍ବ ସମ୍ମତ ପ୍ରସ୍ତାବ ଗୃହୀତ ହେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କରେ ବିଧାନସଭାରେ ଏକ ସଂକଳ୍ପ ଆଗତ କରିଥିଲେ ଏବଂ ତାହା ଗୃହରେ ସର୍ବସମ୍ମତ କ୍ରମେ ଗୃହୀତ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

14 + twenty =