ଗାଁମୁହାଁ ହାତୀପଲ ଲୋକେ ଆତଙ୍କିତ

ଆଠଗଡ—ବଉଳ-ସାର୍କୋଳୀ ରାସ୍ତାରେ ହାତୀପଲ ମାଡିଆସିବା ଦେଖି ନିକଟସ୍ଥ ଗାଁରେ କୋକୁଆ ଭୟ ଖେଳିଯାଇଛି । ପ୍ରାୟ ୨୦ରୁ ଅଧିକ ହାତୀ ରାସ୍ତା ଉପରେ ଆସ୍ଥାନ ଜମେଇଥିବାରୁ ସେପଟେ ଯିବା ଆସିବା ବାଧାପ୍ରାପ୍ତ ହୋଇଛି । କିଛି ହାତୀ ରାସ୍ତା ମାଡିବସିଥିବା ବେଳେ ଆଉକିଛି ଗାଁ ଆଡକୁ ମାଡି ଆସୁଥିବା ଲକ୍ଷ କରାଯାଉଛି । ଏହି ହାତୀମାନଙ୍କୁ ଘଉଡାଇବା ପାଇଁ ଜଙ୍ଗଲ ବିଭାଗ ଓ ଗ୍ରାମବାସୀଙ୍କ ପକ୍ଷରୁ ଉଦ୍ଦ୍ୟମ ଆରମ୍ଭ ହୋଇଛି । ସନ୍ଧ୍ୟା ହୋଇଯାଇଥିବାରୁ ହାତୀପଲଙ୍କ ଉପସ୍ଥିତି ଲୋକମାନଙ୍କୁ ଅଧିକ ଭୟଭୀତ କରିଦେଇଛି ।

Share

Leave a Reply

Your email address will not be published. Required fields are marked *

10 + 2 =