ରାଜ୍ୟ କ୍ୟାବିନେଟ୍: ଟିକା କିଣିବା ପାଇଁ ଗ୍ଲୋବାଲ୍‌ ଟେଣ୍ଡର

ଭୁବନେଶ୍ବର: ରାଜ୍ୟରେ ଟିକା ଅଭାବକୁ ନେଇ କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସାରା ବିଶ୍ୱର କମ୍ପାନୀମାନଙ୍କ ଠାରୁ ରାଜ୍ୟ ସରକାର ଟିକା କିଣିବା ନେଇ ନିଷ୍ପତ୍ତି ଉପରେ ମୋହର ଲାଗିଛି ।

ସରକାର ଟିକା କିଣିବା ପାଇଁ ଗ୍ଲୋବାଲ୍‌ ଟେଣ୍ଡର କରିବାକୁ ଏହି ବୈଠକରେ ଆଲୋଚନା ହେବା ସହ ଏହାକୁ ଖୁବ୍‌ ଶିଘ୍ର କାର୍ଯ୍ୟକାରୀ କରାଯିବ ବୋଲି ଜଣା ପଡ଼ିଛି । ତେବେ ଏନେଇ ଏକ ବୈଷୟିକ କମିଟି ଗଠନ କରାଯିବ । ଟିକା ଉପରୁ ସମସ୍ତ ଟିକସ ଉଠାଇବା ପାଇଁ କେନ୍ଦ୍ରକୁ ଦାବି ଜଣାଇଛି ରାଜ୍ୟ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା । ଓଡ଼ିଶାବାସୀଙ୍କ ପାଇଁ ଟୀକା ସଂଗ୍ରହ ନିମନ୍ତେ ସର୍ବୋତ୍ତମ ଚେଷ୍ଟା କରିବା, ଟୀକା ଯୋଗାଣକୁ ସୁନିଶ୍ଚିତ କରି ରାଜ୍ୟବାସୀଙ୍କୁ ସୁରଷିତ ରଖିବା ଏବଂ ଶୀଘ୍ର ରାଜ୍ୟରେ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ସକଲ୍ପବଦ୍ଧ ଥିବା କୁହାଯାଇଛି ।ସାରା ବିଶ୍ୱରେ ବିଭିନ୍ନ କମ୍ପାନୀ ଦ୍ୱାରା ପ୍ରସ୍ତୁତ ହେଉଥିବା କରୋନା ଟିକା ସରକାର କିଣିବେ । ଟିକା ସମସ୍ୟା ଦୂର କରିବା ପାଇଁ ସରକାର ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

Share

Leave a Reply

Your email address will not be published. Required fields are marked *

ten + nineteen =