ସଭାମଂଚରେ ମାଡ ଖାଇଲେ ଖାରବେଳ

ଉକôଳ ଭାରତର ସଭାପତି ତଥା ପୂର୍ବତନ ଏମପି ଭୈରବ ଖାରବେଳ ସ୍ୱାଇଁଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ରାୟଗଡା ପୋଲିସ ସୁମନ୍ତ ନାୟକ ନାମକ ଜଣେ ଯୁବକକୁ ଗିରଫ କରିଛି । ରାୟଗଡା ଏସପି ଆଜି ଏଠାରେ ଏହି ସୂଚନା ଦେଇଛନ୍ତି । ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟମାନଙ୍କୁ ପୋଲିସ ଖୋଜୁଛି । ଶ୍ରୀ ସ୍ୱାଇଁ କାଶିପୁର ଠାରେ ଏକ ଦଳୀୟ ସଭାରେ ଭାଷଣ ଦେଉଥିବା ବେଳେ ତିନି-ଚାରି ଜଣ ଯୁବକ ଆସି ତାଙ୍କ ଉପରେ ଆକ୍ରମଣ କରି ତାଙ୍କୁ ମାଡ ମାରିଥିଲେ ବୋଲି ଶ୍ରୀ ସ୍ୱାଇଁ ଅଭିଯୋଗ କରିଥିଲେ । ତାଙ୍କ ମାଡ ମାରିଥିବା ଦୃଶ୍ୟ ସେ ନିଜେ ତାଙ୍କ ଫେସବୁକରେ ସେୟାର କରିଥିଲେ । ଏହି ଯୁବକମାନେ ବିଜେଡି ବିରୁଦ୍ଧରେ ପାଟି ଖୋଲିଲେ ତାଙ୍କୁ ହାଣିଦେବେ ବୋଲି ଶ୍ରୀ ସ୍ୱାଇଁ ଅଭିଯୋଗ କରିଛନ୍ତି । ମାତ୍ର ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ଆକ୍ରମଣକାରୀ ମାନେ ବିଜେଡିର କେହି ନୁହଁନ୍ତି ବୋଲି କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

3 × 1 =