ବ୍ୟବସାୟୀଙ୍କୁ ଗୁଳିମାଡ ଘଟଣା ପ୍ରତିବାଦରେ ରାସ୍ତା ଅବରାେଧ

କେନ୍ଦ୍ରାପଡା() କେନ୍ଦ୍ରାପଡ଼ାରେ ଗୁଳିକାଣ୍ଡ । ଗୁଲନଗର ଦଣ୍ଡାମୁଣ୍ଡ ନିକଟରେ ଜଣେ ଯୁବ ବ୍ୟବସାୟୀ ବିବେକାନନ୍ଦ ମହାରଣାଙ୍କୁ ଗତକାଲି ସନ୍ଧ୍ୟାରେ ଗୁଳିମାଡ଼ ହୋଇଥିଲା । ପ୍ରତିଦିନ ପରି ରାମମନ୍ଦିରରୁ ଘରକୁ ଫେରୁଥିବା ବେଳେ ବାଇକରେ ଦୁଇ ଜଣ ଯୁବକ ଆସି ଅତିନିକଟରୁ ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି। ଗୁଳିମାଡ଼ରେ ଯୁବକ ଗୁରୁତର ଅଛନ୍ତି।

ଆଜି ସକାଳେ ଏହି ଘଟଣାକୁ ନେଇ ଅସନ୍ତୋଷ ଦାନା ବାନ୍ଧିଛି । ଏହି ହତ୍ୟାକାଣ୍ଡକୁ ବିରୋଧ କରିବା ସହ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ଦାବିରେ ତିନିମୁହାଣି ଛକରେ ରାସ୍ତା ରୋକ କରାଯାଇଛି । ଫଳରେ ଦୋକାନ ବଜାର ସହ ଶହ ଶହ ଗାଡି ମଟର ଚଳାଚଳ ପ୍ରଭାବିତ ହେଉଛି ।

Share

Leave a Reply

Your email address will not be published. Required fields are marked *

17 − 10 =