ଧାନର ଅଭାବୀ ବିକ୍ରି ପ୍ରସଙ୍ଗରେ ଆଲୋଚନା ହୋଇପାରୁନି

ଭୁବନେଶ୍ୱର () ଗତ ଦୁଇ ଦିନ ହେଲା କଂଗ୍ରେସ ଚାଷୀ ପ୍ରସଙ୍ଗରେ ବିଧାନସଭାରେ ହଟ୍ଟଗୋଳ କରୁଥିବା ବେଳେ ଆଜି ବିଜେପି ମଧ୍ୟ ଚାଷୀ ପ୍ରସଙ୍ଗ ଉଠାଇଛି । ଏଥିସହିତ ରେମୁଣା ଜମି ଦୁର୍ନୀତି ପ୍ରସଙ୍ଗ ବି ଉଠାଇଛି ବିଜେପି । ସେପଟେ ବିଜେଡି ବିଧାନସଭାରେ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି ଉଠାଇଛି ।

ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସାଂସଦ ଲଡୁକିଶୋରେ ସ୍ୱାଇଁ ଓ ପୂର୍ବତନ ବିଧାୟକ ପ୍ରିୟନାଥ ଦେଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଶୋକ ପ୍ରସ୍ତାବ ପରେ ଉଭୟ କଂଗ୍ରେସ ଓ ବିଜେପି ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । କଂଗ୍ରେସ ଚାଷୀଙ୍କୁ 26ଶହ ଟଙ୍କା ଏମଏସପି, ବେକାରୀ ଭତ୍ତା ଓ ଋଣ ଛାଡ ଦାବି କରିଥିଲା । ଉଭୟ ବିଜେଡି ଓ ବିଜେପି ଚାଷୀ ସ୍ୱାର୍ଥ ବିରୋଧୀ ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଅଭିଯୋଗ କରିଛନ୍ତି ।
ସେହିଭଳି ବିଜେପି ଅଭିଯୋଗ କରିଛି ଯେ, ବାଲେଶ୍ୱରରେ ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଇଡ଼କୋ ଜରିଆରେ 1199 ଏକର ଜମି ଅକ୍ତିଆର କରିଛି । କିନ୍ତୁ ଏଯାଏଁ ତିନୋଟି ମୌଜାର 900 ଜଣ ଲୋକ ଏଯାଏଁ ଟଙ୍କାଟିଏ ବି ପାଇନାହାନ୍ତି । ଏହିସବୁ ଜମି ଅଧିଗ୍ରହଣରେ ବ୍ୟାପକ ଦୁର୍ନୀତି ହୋଇଥିବା ବିଜେପି ବିଧାୟକ ଗୋବିନ୍ଦ ଦାସ ଅଭିଯୋଗ କରିଛନ୍ତି। ଏନେଇ ଆଜି ସେ ବିଧାନସଭା ପରିସରରେ ଥିବା ଗାନ୍ଧୀମୂର୍ତ୍ତି ତଳେ ଧାରଣ ଦେଇଥିଲେ । ଏଥିସହିତ ମଣ୍ଡିରେ ଧାନ ବିକ୍ରି ସମୟରେ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ମିଳୁନଥିବା ବିଜେପି ଅଭିଯୋଗ କରିଛି ।
ସେପଟେ ବିଜେଡି ପୁଣି ଥରେ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି ଉଠାଇଛି । 2014 ନିର୍ବାଚନ ଇସ୍ତାହାରରେ ବିଜେପି ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତାର ପ୍ରତୁଶ୍ରୁତି ଦେଇଥିଲେ । ଏଯାଏଁ କିନ୍ତୁ ଓଡ଼ିଶାର ଦାବି ପୂରଣ ହେଉନି । କେନ୍ଦ୍ରର ଓଡିଶା ବିରୋଧୀ ଆଭିମୁଖ୍ୟକୁ ବିରୋଧ କରି ବିଜେଡି ବିଧାୟକମାନେ ନିଜ ନିଜ ଆସନରେ ଛିଡା ହୋଇ ନାରବାଜି କରିଥିଲେ । ଏଥିସହିତ ବିରୋଧୀ ବିଧାନସଭା ଚଳାଇଦେଉନଥିବାରୁ ସରକାରୀ ଦଳ ମୁଖ୍ୟ ସଚେତକ ଅସନ୍ତୋଷ ପ୍ରକାଶ କରିଥିଲେ ।
Share

Leave a Reply

Your email address will not be published. Required fields are marked *

10 − 2 =