ଇସିଆଇଙ୍କୁ ବିଜେଡିର ଦାବି : ସ୍କାନରରେ ରହୁ ପେଟ୍ରୋଲ ପମ୍ପ, ସୋସିଆଲ ମିଡିଆ

ଭୁବନେଶ୍ବର ()  ତନି ଦିନିଆ ଓଡ଼ିଶାରେ ଗସ୍ତରେ ମୁଖ୍ୟ ନିର୍ବାଚନ କମିଶନର ଅଶୋକ ଲାଭାସା । ଆସନ୍ତା ସାଧାରଣ ନିର୍ବାଚନକୁ ଅବାଧ ଓ ମୁକ୍ତ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସମୀକ୍ଷା କରୁଛନ୍ତି । ଏହି କ୍ରମରେ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କୁ ଭେଟିଛନ୍ତି ନିର୍ବାଚନ କମିଶନ । କଂଗ୍ରେସ ପକ୍ଷରୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମୁଖ୍ୟ ନିର୍ବାଚନ କମିଶନଙ୍କ ଟିମକୁ ଭେଟିଥିବା ବେଳେ ବିଜେପି ପକ୍ଷରୁ ଭୃଗୁ ବକ୍ସିପାତ୍ର ଓ ବିଜେଡି ପକ୍ଷରୁ ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର ନିର୍ବାଚନ କମିଶନଙ୍କ ସହ ଭେଟିଛନ୍ତି  । ପରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଆରଡିସି,ଏସପି ଓ ଡିଆଇଜିମାନଙ୍କ ସହ ଆଲୋଚନା କରିଛନ୍ତି ନିର୍ବାଚନ କମିଶନର ।

ନିର୍ବାଚନ ସମୟରେ ସୋସିଆଲ ମିଡିଆ ବିଶେଷ କରି ହ୍ବାର୍ଟସ ଆପ ଏବଂ ଫେସବୁକର ବହୁଳ ଅପବ୍ୟବହାର ଏବଂ ଏହା ମାଧ୍ୟମରେ ହେଉଥିବା ନେତାଙ୍କ ଚରିତ୍ର ସଂହାର ଉପରେ ନିୟନ୍ତ୍ରଣ ଲଗାଯିବା ଉଚିତ ବୋଲି ବିଜେଡି ଦାବି କରିଛି । ନିର୍ବାଚନକୁ ଅବାଧ, ମୁକ୍ତ ଏବଂ ନିରପେକ୍ଷ କରାଯିବା ଉପରେ ବିଜେଡି ଗୁରୁତ୍ବ ଦେଇଥିବା ବେଳେ ନିର୍ବାଚନ ସମୟରେ ପେଟ୍ରୋଲ ପମ୍ପ ଜରିଆରେ ଟଙ୍କା ବଣ୍ଟା ଯାଉଥିବା ଅଭିଯୋଗ ଆଣିଛି ବିଜେଡି ।

କେନ୍ଦ୍ରୀୟ ସଂସ୍ଥାଗୁଡିକ ନିର୍ବାଚନ ସମୟରେ ଜାତୀୟ ଦଳର ଏଜେଣ୍ଟ ଭାବେ କାମ କରୁଥିବାରୁ ତା ଉପରେ ଅଙ୍କୁଶ ଲଗାଯିବାର ଆବଶ୍ୟକତା ରହିଛି ବୋଲି ବିଜେଡି ପ୍ରସ୍ତାବ ଦେଇଛି । ବିଜେପୁରରେ ବିଜେପି କରିଥିବା ରାଜନୈତିକ ହିସାଂ, ପେଟ୍ରୋଲ ପମ୍ପରେ ଟଙ୍କା ହୋଡିଂ କରି ବଣ୍ଟା ହବା ଓ ସାଂପ୍ରଦାୟୀକ ଉତ୍ତେଜନା ଉପରେ ଲଗାମ ସାଙ୍ଗକୁ ଷ୍ଟାର ପ୍ରଚାରକ ଓ ଅନ୍ୟ ନେତାଙ୍କ ଖର୍ଚ୍ଚର ହିସାବ ରଖିବାକୁ ବିଜେଡି ଦାବି କରିଛି ।

କମିଶନ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ମଧ୍ୟ ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପାଇଁ ପ୍ରସ୍ତୁତି ସଂପର୍କରେ ଆଲୋଚନା କରିବା ସହ ରାଜ୍ୟର ସମ୍ବେଦନଶୀଳ ଓ ଅତିସମ୍ବେଦନଶୀଳ ବୁଥ ଚିହ୍ନଟ, ମାଓବାଦୀ ପ୍ରଭାବିତ ଅଂଚଳରେ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ଆଲୋଚନା କରିଛନ୍ତି । ଗୋଟିଏ ସ୍ଥାନରେ ତିନି ବର୍ଷ ଧରି ଅବସ୍ଥାପିତ ହୋଇଥିବା ଅଫିସରଙ୍କ ବଦଳି ସଂପର୍କରେ ମଧ୍ୟ ସେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ବିରୋଧୀ ଦଳ ନେତା କହିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟରେ କ୍ଷମତାସୀନ ଦଳ ସରକାରୀ କଳର ବ୍ୟବହାର ଉପରେ ନିୟନ୍ତ୍ରଣ ଲଗାଯିବା ଉଚିତ ବୋଲି କହିଥିଲେ । ନିର୍ବାଚନ ସମୟରେ ଅର୍ଥ କରାବାରକୁ ରୋକିବା ପାଇଁ ପଦକ୍ଷେପ ନିଆଯିବା ନେଇ ସେ ନିର୍ବାଚନ କମିଶନଙ୍କୁ   ଅବଗତ କରିଛନ୍ତି । ଏହା ସହ ଭୋଟରମାନଙ୍କୁ ସଚେତନ କରିବା ପାଇଁ ଇଭିଏମ୍ ଓ ଭିଭିପାଟ୍ ବିଷୟରେ ଅବଗତ କରାଇବା ନେଇ କହିଛନ୍ତି ।  ସେହିଭଳି ସିପିଆଇ ପକ୍ଷରୁ ନାରାୟଣ ରେଡ୍ଡୀ ଇଭିଏମ ବଦଳରେ ବ୍ୟାଲଟ ପେପରର ବ୍ୟବହାର କରିବାକୁ ଦାବି କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

five × two =