ହଟ୍ଟଗୋଳ ପାଇଁ ଉସକାଉଛନ୍ତି ନେତା : କେଭି-ସଞ୍ଜୟ ମୁହାଁମୁହିଁ

ଭୁବନେଶ୍ୱର () ବିଧାନସଭାରେ ହଟ୍ଟଗୋଳ ପାଇଁ ଉସକାଉଛନ୍ତି ଦଳୀୟ ନେତା । ବିଜେପି ବିଧାୟକ ଦଳ ନେତା ନିଜ ଦଳର ବିଧାୟକ ରବି ନାୟକଙ୍କୁ ଗୃହର ମଧ୍ୟଭାଗରେ ହଟ୍ଟଗୋଳ କରିବାକୁ ଉସକାଉଛନ୍ତି । ଗୃହରେ ଏଭଳି ଅଭିଯୋଗ କରିଛନ୍ତି ବିଜେଡି ବିଧାୟକ ସଞ୍ଜୟ ଦାସବର୍ମା । ବିଜେପି ଗୃହରେ ଧାନର ଅଭାବୀ ବିକ୍ରି ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହୁଁନି ବୋଲି ସେ ଅଭିଯୋଗ କରିଥିଲେ । ଆଜି କଂଗ୍ରେସ ଧାନର ଅଭାବୀ ବିକ୍ରି ପ୍ରସଙ୍ଗରେ ମୁଲତବୀ ନୋଟିସ ଦେଇଛି । ମୁଲତବୀ ନୋଟିସକୁ ବାଚସ୍ପତି ଗ୍ରହଣ କରିଥିଲେ । କିନ୍ତୁ ହଟ୍ଟଗୋଳ ଯୋଗୁଁ ମୁଲତବୀ ନୋଟିସ ଉପରେ ଆଲୋଚନା ହୋଇପାରିଲାନାହିଁ ।

ସଞ୍ଜୟ ଦାସବର୍ମାଙ୍କ ଅଭିଯୋଗର ଗୃହର ମଧ୍ୟ ଭାଗରେ କନକ ବର୍ଦ୍ଧନ ସିଂହଦେଓ କଡ଼ା ଜବାବ ଦେଇଛନ୍ତି । ଏଭଳି ଆକ୍ଷେପ ପ୍ରତ୍ୟାହାର କରିବାକୁ ସେ ଦାବି କରିଛନ୍ତି । ରବି ନାୟକ ମଧ୍ୟ ଏହି ଅଭିଯୋଗର ଖଣ୍ଡନ କରିଛନ୍ତି । ବିଜେପିର ରେମୁଣା ବିଧାୟକ ଗୃହ ବାହାରେ ଧାରଣା ଦେଇଥିଲେ । ଧ୍ୟାନ ଆକର୍ଷଣ ପ୍ରସ୍ତାବରେ ଏହି ପ୍ରସଙ୍ଗକୁ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବାକୁ କେଭି ତାଙ୍କୁ ପରାମର୍ଶ ଦେଇଥିଲେ । ବିଜେପି ବିଧାୟକ ଦଳ ନେତା ଭାବେ କେଭି ତାଙ୍କୁ ଏହି ପରାମର୍ଶ ଦେବା ଅପ୍ରାସଙ୍ଗିକ ନୁହେଁ । ବିଜେଡି କିନ୍ତୁ ଏହାକୁ ରାଜନୀତିକରଣ କରୁଛି ବୋଲି ସେ ଅଭିଯୋଗ କରିଥିଲେ । ସଞ୍ଜୟ ଦାସବର୍ମା ମିଛ କଥା କହୁଛନ୍ତି ବୋଲି ସେ କହିଛନ୍ତି ।
Share

Leave a Reply

Your email address will not be published. Required fields are marked *

3 × four =