କେମିତି ଠକୁଥିଲା ଜମତାରା ଗ୍ୟାଙ୍ଗ ଦେଖାଇଲେ ଡେମୋ

କେମିତି ଠକୁଥିଲା ଜମତାରା ଗ୍ୟାଙ୍ଗ । ତା’ର ଏକ ଭିଡିଓ ଜାରି କରିଛି କ୍ରାଇମବ୍ରାଞ୍ଚ । ପ୍ରଥମେ ଗ୍ରାହକଙ୍କ ସହ କଥା ହୋଇ ବିଶ୍ୱାସଭାଜନ ହେବା ପରେ ଚତୁରତାର ସହ ଠକୁଛି ଜମତାରା ଗ୍ୟାଙ୍ଗ । ବିଭିନ୍ନ ପ୍ରକାର ଟେକନିକ୍ ବ୍ୟବହାର କରି ଲୋକଙ୍କଠାରୁ ଡାଟା ନେଇ ଠକୁଛି ଗ୍ୟାଙ୍ଗ । ଏନେଇ ଏକ ଭିଡିଓ ଜାରି କରିବା ସହ ଫୋନ୍ ଯୋଗେ କୌଣସି ବ୍ୟାଙ୍କ ଡିଟେଲ୍ସ ମାଗୁଥିବା ଲୋକଙ୍କୁ ଡାଟା ନଦେବାକୁ ପରାମର୍ଶ ଦେଲେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ।
ଏହି ଜମତାରା ଗ୍ୟାଙ୍ଗ ପ୍ରଥମେ ଗ୍ରାହକଙ୍କୁ କଲ୍ କରି ବ୍ୟାଙ୍କର କର୍ମଚାରୀ ବୋଲି କହୁଛନ୍ତି । କଲ୍ କରି ଗ୍ରାହକଙ୍କ ବ୍ୟାଙ୍କ ଖାତା ବନ୍ଦ ହୋଇଯାଇଛି, ଖାତା ଚାଲୁ କରିବାର ଅଛି କି ବୋଲି କହୁଛନ୍ତି । ଏହାର କିଛି ସମୟ ପରେ ବ୍ୟାଙ୍କ ମ୍ୟାନେଜରଙ୍କୁ ଫୋନ ଦେଉଛି ବୋଲି ସାଇବର ଠକ କହୁଛି । ଏହା ପରେ ଅନ୍ୟ ଜଣେ ଠକ ନିଜକୁ ବ୍ୟାଙ୍କ ମ୍ୟାନେଜର କହି କଥା ହେଉଛି ଏବଂ କଣଉ ଅପଡେଟ କରିବାକୁ ଗ୍ରାହକଙ୍କୁ କହୁଛି । କଣଉ ଅପଡେଟ କରିବାକୁ ଗ୍ରାହକଙ୍କୁ ତାଙ୍କ ଏଟିଏମ୍ କାର୍ଡର ୧୬ ଟିକିଆ ନମ୍ବର ମାଗୁଛନ୍ତି । ଏହା ପରେ ଏହି ଏଟିଏମ କାର୍ଡର ଏକ୍ସପାରି ନମ୍ବର ଅଛି କି ନାହିଁ ତାହା ପଚାରୁଛନ୍ତି । ଏହା ପରେ ଗ୍ରାହକଙ୍କୁ ଏକ କୋର୍ଡ ମାଗୁଛନ୍ତି । ଗ୍ରାହକ ସାଇବର ଠକଙ୍କୁ କୋର୍ଡ ଦେବା ପରେ ଠକ ତାଙ୍କ ବ୍ୟାଙ୍କ ଆକାଉଣ୍ଟ କାଲି କରୁଛନ୍ତି ।
ତେବେ ଜମତାରା ଗ୍ୟାଙ୍ଗ ଗିରଫ ଘଟଣାରେ ମଧ୍ୟ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । ଏହି ସାଇବର ଠକଙ୍କ ବିରୋଧରେ ୭ଟି ରାଜ୍ୟରେ ୫୫ଟି ମାମଲା ରୁଜୁ ହୋଇଛି । ସେହିପରି ବ୍ୟାଙ୍କିଂ ଡାଟା ଦେଉଥିବା ବ୍ୟକ୍ତିଙ୍କ ସୁରାକ ପାଇଛି କ୍ରାଇମବ୍ରାଞ୍ଚ । ଏହି ବ୍ୟକ୍ତି ଜଣଙ୍କ ମୁମ୍ବାଇରର ବୋଲି ଜଣାପଡ଼ିଛି । ୨୦ ହଜାର ବ୍ୟାଙ୍କିଂ ଡାଟା ଦେବାକୁ ୫ ହଜାର ନେଉଥିଲା ସେହ ବ୍ୟକ୍ତି । ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଝାଡଖଣ୍ଡର ବୋଲି ଜଣା ପଡ଼ିଛି । ତେବେ ଏହି ଗ୍ୟାଙ୍ଗ ଓଡ଼ିଶାରେ କାହାକୁ ଠକି ନଥିବା ଜଣାପଡ଼ିନି । କେବଳ ମୁମ୍ବାଇରେ ଥିବା ଜଣେ ଓଡ଼ିଆ ଲୋକଙ୍କୁ ଠକି ଥିବା ଜଣା ପଡ଼ିଛି ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ।

Share

Leave a Reply

Your email address will not be published. Required fields are marked *

five × 4 =