ଏଣିକି ଟିକେଟ କନଫର୍ମ ଥିଲେ ସ୍ଥାନାନ୍ତର କରିପାରିବେ ଯାତ୍ରୀ

ନୂଆଦିଲ୍ଲୀ () ରେଳ ଯାତ୍ରୀଙ୍କ ପାଇଁ ରେଳବାଇ ବୋର୍ଡର ଭଲ ନିଷ୍ପତି । ଜଣେ ଛାତ୍ରଙ୍କ ଟିକେଟ କନଫର୍ମ ଥିଲେ ଓ ସେ ଯାଇ ନପାରିଲେ ସେହି ଟିକେଟକୁ ଅନ୍ୟ ଜଣେ ଛାତ୍ରଙ୍କୁ ସ୍ଥାନାନ୍ତର କରିପାରିବେ ।

ସେହିପରି ଜଣେ ସରକାରୀ କର୍ମଚାରୀଙ୍କ ଟିକେଟ କନଫର୍ମ ଥିଲେ ଯଦି ସେ କୌଣସି କାରଣରୁ ଯାଇପାରୁନାହାଁନ୍ତି ତେବେ ସେହି ଟିକେଟରେ ଆଉ ଜଣେ ସରକାରୀ କର୍ମଚାରୀ ଯାଇପାରିବେ । ହେଲେ ଏଥିପାଇଁ ଟ୍ରେନ ଛାଡିବାର ୨୪ ଘଂଟା ପୂର୍ବରୁ ପରିଚୟ ପତ୍ର ସହ ରେଳବାଇ କର୍ତ୍ତୃର୍ପକ୍ଷଙ୍କ ନିକଟରେ ଏକ ଦରଖାସ୍ତ ଜମା କରିବାକୁ ପଡିବ ।

ଏହା ସହିତ ନୂଆ ବର୍ଷରେ ଏକ ସ୍ୱତନ୍ତ୍ର ନମ୍ବର ‘୧୩୯’ ଜାରି କରିଛି ରେଳବାଇ । ଏହି ନମ୍ବରରେ ଯାତ୍ରୀମାନେ ସେମାନଙ୍କ ଯେକୌଣସି ସମସ୍ୟା ନେଇ ରେଳବାଇ କର୍ତ୍ତୃର୍ପକ୍ଷଙ୍କୁ ଜଣାଇପାରିବେ ।

Share

Leave a Reply

Your email address will not be published. Required fields are marked *

one + 14 =