ଗୁଟଖାଖିଆ ବରକୁ ବାହା ହେଲାନି କନିଆଁ

ଲକ୍ଷୌ: ଉତ୍ତରପ୍ରଦେଶର ପ୍ରତାପଗଡରେ ଜଣେ ବର ମଦନିଶାରେ ଆସିବାରୁ କନ୍ୟା ବାହାଘର ପାଇଁ ମନା କରିବା ପରେ ୟୁପିର ବାଲିଆ ଜିଲ୍ଲାରେ ପୁଣି ଜଣେ କନ୍ୟା ବରକୁ ବାହାହେବାକୁ ସିଧାସଳଖ ମନା କରିଥିବା ଘଟଣା ସାମ୍ନାକୁ ଆସିଛି । ଖବର ମିଳିଛି ଯେ, ବର ଯେତେବେଳେ ବରଯାତ୍ରୀ ଧରି ପହଞ୍ଚିଥିଲା, ସେବେ ସେ ଗୁଟଖା ଚୋବାଉଥିଲା । ଏହାକୁ ଦେଖି କନ୍ୟା ଜଣକ ବାହାଘର ଭାଙ୍ଗିବା ସହ ବରଯାତ୍ରୀଙ୍କୁ ଫେରାଇଦେଇଥିଲେ ।

ମିଳାଶ୍ରୀ ଅଞ୍ଚଳର ଯୁବକ ଖେଜୁରୀ ଗାଁର ଯୁବତୀଙ୍କୁ ବିବାହ କରିବା ଲାଗି ବରଯାତ୍ରୀ ନେଇ ଯାଇଥିଲେ । ତେବେ ଯୁବକ ଜଣକ ଗୁଟଖା ଚୋବାଉଥିବା ଦେଖିବା ପରେ ବାହାହେବାକୁ ମନା କରିଥିଲେ ଯୁବତୀ । ଉଭୟ ପରିବାର ଲୋକେ ବୁଝାଶୁଝା କରିଥିଲେ ସୁଦ୍ଧା କିଛି ସୁଫଳ ମିଳିନଥିଲା । ନିଜ ଜିଦରେ ଅଟଳ ରହିଥିଲା କନିଆଁ । ଶେଷରେ ଶିଶୁପାଳ ହୋଇ ଫେରିଥିଲା ଗୁଟଖାଖିଆ ବରା । ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଛି ।

Share

Leave a Reply

Your email address will not be published. Required fields are marked *

1 × three =