ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ମୁଖ୍ୟମନ୍ତ୍ରୀଙ୍କ ନିନ୍ଦା

ଭୁବନେଶ୍ୱର() ଜେଏନୟୁରେ ଛାତ୍ରଛାତ୍ରୀ ଆକ୍ରମଣ ଘଟଣାକୁ ନେଇ ତୀବ୍ର ହେବାରେ ଲାଗିଛି ରାଜନୀତି । ସେପଟେ ଜେଏନୟୁରେ ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତିି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ତେବେ ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ ବୋଲି ଟୁଇଟ କରି ଉଦବେଗ ପ୍ରକାଶ କରିଛନ୍ତି ନବୀନ । ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ ବୋଲି କହିବା ସହ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣକୁ କଡା ଭାଷାରେ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ଏ ଆକ୍ରମଣକାରୀଙ୍କ ବିରୋଧରେ ଯଥା ଶୀଘ୍ର କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବୀ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏପଟେ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରଶ୍ନ କରିଛନ୍ତି କି-ଯଦି ଛାତ୍ରଛାତ୍ରୀ ୟୁନିଭର୍ସିଟି ଭିତରେ ସୁରକ୍ଷିତ ରହିବେ ନାହିଁ ତେବେ ଦେଶ କେମିତି ଉନ୍ନତି କରିବ । ଏନେଇ ସେ ଦିଲ୍ଲୀ ଉପ-ରାଜ୍ୟପାଳଙ୍କୁ ମଧ୍ୟ ଅବଗତ କରିଛନ୍ତି । ତୁରନ୍ତ ପୁଲିସ ପ୍ରଶାସନକୁ ସକ୍ରିୟ କରିବା ସହ ଶାନ୍ତି ଫେରାଇ ଆଣିବାକୁ ଉପ-ରାଜ୍ୟପାଳଙ୍କୁ ଜଣାଇଛନ୍ତି ଅରବିନ୍ଦ କେଜ୍ରିୱାଲ । ଏପଟେ ରାହୁଲ ଗାନ୍ଧୀ ସିଧାସଳଖ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଫାଶୀବାଦୀଙ୍କ ନିୟନ୍ତ୍ରଣକୁ ଦେଶ ଚାଲି ଯାଇଛି ଏବଂ ସାହାସୀ ଛାତ୍ରଛାତ୍ରୀମାନେ ଏହି ଫାଶୀବାଦୀଙ୍କୁ ସାହାସିକତାର ସହ ମୁକାବିଲା କରିଛନ୍ତି ବୋଲି ଟ୍ୱିଟରରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

ସୂଚନା ଅନୁସାରେ ଗତକାଲି ରାତିରେ ଦିଲ୍ଲୀ ଜବାହାରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟରେ ମୁଖା ପିନ୍ଧା ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣ । କ୍ୟାମ୍ପସରେ ପଶି ଛାତ୍ରଛାତ୍ରୀଙ୍କୁ ନିସ୍ତୁକ ମାଡ ମାରିଲେ ୫୦ରୁ ଅଧିକ ମୁଖାପିନ୍ଧା ଦୁବୃର୍ତ୍ତ । ସଂଘବଦ୍ଧ ଆକ୍ରମଣରେ ୨୫ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଆହତ ହୋଇଛନ୍ତି । ସେମାନଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ଗୁରୁତର ଆହତଙ୍କ ମଧ୍ୟରେ ଅଛନ୍ତି ଛାତ୍ର ସଂସଦ ସଭାପତି ଐଶୀ ଘୋଷ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।

Share

Leave a Reply

Your email address will not be published. Required fields are marked *

twenty − 12 =