ଖୁବଶୀଘ୍ର ଅନଲକ୍‌

ଭୁବନେଶ୍ୱର: ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ଏଥରକ ଧୀରେ ଧୀରେ ଅନଲକ୍ ଆମ ପାଇଁ ଭଲ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି, ଅନ୍ୟ ରାଜ୍ୟମାନେ ଏହି ପନ୍ଥା ଅବଲମ୍ବନ କରିଛନ୍ତି। କିଛି କଟକଣା କୋହଳ ହେବ। କିଛି କଟକଣା ପୂର୍ବ ପରି ବଳବତ୍ତର ରହିବ। ଅନଲକ୍ ପାଇଁ ସରକାର ସବୁ ଦିଗରୁ ବିଚାରବିମର୍ଶ କରି ନିଷ୍ପତ୍ତି ନେଉଛନ୍ତି। ସମସ୍ତ ଜିଲ୍ଲା ଗୁଡ଼ିକୁ ତିନୋଟି ଜୋନରେ ବିଭକ୍ତ କରାଯାଇ ଆମେ ସ୍ଥିତି ଉପରେ ନଜର ରଖିଛୁ।

ତେବେ ୧୭ ତାରିଖ ପରେ କ’ଣ ହେବ ସେନେଇ ଖୁବଶୀଘ୍ର ବୈଠକ ଡକାଯିବ । ବୈଠକରେ ଅନଲକକୁ ନେଇ ନିଷ୍ପତ୍ତି ନିଆଯିବ । ୧୦% ଉପରେ ସଂକ୍ରମଣ ହାର ଥିବା ଜିଲ୍ଲାରେ କଟକଣା ବଳବତ୍ତର ରହିବ । ୫% ତଳେ ସଂକ୍ରମଣ ହାର ଥିବା ଜିଲ୍ଲାରେ କଟକଣା କୋହଳ କରାଯିବ । ପଶ୍ଚିମ ଓଡିଶାରେ ସଂକ୍ରମଣ ହାର କମୁଛି ଓ ଜିଲ୍ଲା ମଝି ମଝିଆ ରହୁଛି । ଯାଜପୁର, ଖୋର୍ଦ୍ଧା, କଟକ, ଅନୁଗୁଳରେ ସ୍ପେଶାଲ ଷ୍ଟାଟ୍ରେଜି କରାଯିବ । ପୂର୍ବ କେସ ଲୋଡ ଓ ବର୍ତ୍ତମାନ କିଛି ଗୁରୁତର ଥିବାରୁ ରାଜ୍ୟରେ ମୃତ୍ୟୁ ସଂଖ୍ୟା ବଢୁଛି । ବର୍ତ୍ତମାନ ୬୨% ରୋଗୀ ଭେଣ୍ଟିଲେଟର ଓ ୬୨% ଆଇସିୟୁରେ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

1 × 1 =