ଦିଲ୍ଲୀରେ ଡ୍ରେସ ଦୋକାନରେ ନିଆଁ

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ଲାଜପତ ନଗରରେ ଏକ ପୋଷାକ ଶୋ ରୁମରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ନେଇ ଶନିବାର ଜଣାପଡିଛି। ଅଗ୍ନିକାଣ୍ଡ ନେଇ ଖବର ପାଇବା ମାତ୍ରେ ପ୍ରାୟ ୩୦ଟି ଦମକଳ ଗାଡି ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ନେଇ ଆଶଙ୍କା କରାଯାଉଛି।

ଆଜି ସକାଳ ପ୍ରାୟ ୧୦ଟା ୩୦ରେ ସେଣ୍ଟ୍ରାଲ ମାର୍କେଟ ନିକଟରେ ଥିବା ଏକ ପୋଷାକ କାରଖାନାରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବା ମାତ୍ରେ ଘଟଣାସ୍ଥଳରେ ହଇଚଇ ସୃଷ୍ଟି ହୋଇଥିଲା। ନିଆଁ ଆୟତ୍ତକୁ ଆସିଛି ବୋଲି ସୂଚନା ମିଳିଛି। ଏଯାଏଁ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

Share

Leave a Reply

Your email address will not be published. Required fields are marked *

7 − one =