୨ ପୋଲିସ କର୍ମଚାରୀ ସହିଦ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର ସୋପୋରରେ ଆତଙ୍କବାଦୀ ମାନେ ଆକ୍ରମଣ କରିଥିବା ନେଇ ଶନିବାର ଜଣାପଡିଛି। ପୁଲିସ ଓ ସିଆରପିଏଫଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଏଥିରେ ୨ ପୁଲିସ କର୍ମଚାରୀ ସହିଦ ହୋଇଛନ୍ତି। ଏହାସହ ୨ ଜଣ ଆହତ ହେବା ସହ ୨ ନାଗରିକଙ୍କ ମଧ୍ୟ ମୃତ୍ୟୁ ହୋଇଛି। ଗୁଳିଚାଳନା ପରେ ଆତଙ୍କବାଦୀ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ସମଗ୍ର ଅଞ୍ଚଳକୁ ଘେରାଉ କରାଯାଇ ସୁରକ୍ଷାକର୍ମୀ ତଲାସି ଅଭିଯାନ ଜାରି ରଖିଛନ୍ତି। ଘଟଣା ବିଷୟରେ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ।

Share

Leave a Reply

Your email address will not be published. Required fields are marked *

thirteen + two =