ଛାତରୁ ଡେଇଁ ଜୀବନ ହାରିଲେ ପୋଲିସ ଏସିପି

ଦିଲ୍ଲୀ ପୋଲିସ ମୁଖ୍ୟାଳୟର ୧୦ମହଲା ଛାତ ଉପରୁ ଡେଇଁ ଜଣେ ଆଇପିଏସ ଅଫିସର ଆତ୍ମହତ୍ୟା କରିବା ଘଟଣା ପୋଲିସ ବାହିନୀରେ ଚାଂଚଲ୍ୟ ଖେଳାଇ ଦେଇଛି । ଆତ୍ମହତ୍ୟା କରିଥିବା ଅଫିସର ଜଣକ ଜଣେ ପୋଲିସ ଏସିପି ଏବଂ ତାଙ୍କର ବୟସ ୫୫ ବର୍ଷ ହେବ । ତାଙ୍କ ନାମ ପ୍ରେମ ବଲ୍ଲଭ ଓ ସେ ଦିଲ୍ଲୀରେ କାର୍ଯ୍ୟରତ ଥିଲେ । ଆଜି ସକାଳୁ ତାଙ୍କ ମୃତ ଦେହ ପୋଲିସ ମୁଖ୍ୟାଳୟ ସାମ୍ନାରେ ପଡିଥିବା ଦେଖିବାକୁ ମିଳିଥିଲା ।
। ଏସିପି ପ୍ରେମ ବଲ୍ଲଭ କିଛି ଦିନରୁ ଡିପ୍ରେସନରେ ରହୁଥିଲେ । ତାଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ତଦନ୍ତକାରୀ ଅଫିସର କହିଛନ୍ତି ।
ତେବେ ସେ କାହିଁକି ଆତ୍ମହତ୍ୟା କରିଛନ୍ତି ତାହା ଏବେ ସ୍ପଷ୍ଟ ହୋଇପାରିନାହିଁ । ଏନେଇ ପୁଲିସ ତଦନ୍ତ ଜାରି ରଖିଛି ।

Share

Leave a Reply

Your email address will not be published. Required fields are marked *

2 × 2 =