ବାହାଘରରେ ମୋବାଇଲ ମନା

ଚର୍ଚ୍ଚିତ ଯୋଡ଼ି ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନସ୍ଙ୍କ ବିବାହକୁ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଇଛି। ଚଳିତ ସପ୍ତାହରେ ରାଜସ୍ତାନ୍ର ଜୋଧପୁରର ଉମୈଦ ପ୍ୟାଲେସରେ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନସ୍ଙ୍କ ମଧ୍ୟରେ ବିବାହ ଉତ୍ସବ ହେବାକୁ ଥିବା ବେଳେ ତା’ପୂର୍ବରୁ ଉକ୍ତ ପ୍ୟାଲେସ୍ରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ମୁଖ୍ୟତଃ ନଭେମ୍ବର ୨୯ରୁ ଡିସେମ୍ବର ୩ ପର‌୍ୟ୍ୟନ୍ତ ଉକ୍ତ ଭବନରେ ବିବାହ ଉତ୍ସବ ଚାଲିବାକୁ ସ୍ଥିର ହୋଇଥିବା ବେଳେ ଏହି ସମୟରେ ଅନ୍ୟ ଲୋକଙ୍କ ରହିବା ପାଇଁ ବାରଣ କରାଯାଇଛି। ସେହିପରି ରଣବୀର-ଦୀପିକାଙ୍କ ବିବାହରେ ଯେଉଁଭଳି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ଠିକ୍ ସେମିତି ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନସ୍ଙ୍କ ବିବାହ ଉତ୍ସବରେ ଅନୁସରଣ କରାଯିବ।
ଏମିତିକି ଅତିଥିମାନଙ୍କୁ ମୋବାଇଲ ନେବା ପାଇଁ ବାରଣ କରାଯିବ। ଏହି ସମୟରେ ଉମୈଦ ପ୍ୟାଲେସରେ କଡ଼ା ନଜର ରଖିବା ପାଇଁ ଭାରତର ଗୋଟିଏ ଏବଂ ଆମେରିକର ଗୋଟିଏ ସିକ୍ୟୁରିଟି ସ୍ଥଂସ୍ଥାକୁ ଦାୟିତ୍ୱ ଦିଆଯାଇଛି।

Share

Leave a Reply

Your email address will not be published. Required fields are marked *

15 + 20 =