ଝାଡ଼ଖଣ୍ଡରେ ଜେଏମଏମ ମେଣ୍ଟ ସରକାର

ରାଞ୍ଚି() ବିଜେପି ହାତରୁ ଖସିଲା ଝାଡ଼ଖଣ୍ଡ । ବିଧାନସଭା ନିର୍ବାଚନରେ ବିଜେପି ପରାଜୟ ଆଡ଼କୁ ଆଗେଇ ଚାଲିଛି । ଅନ୍ୟପଟେ ଝାଡ଼ଖଣ୍ଡରେ ମହାମେଂଟକୁ ବହୁମତ ମିଳିବା ସମ୍ଭାବନା ବଢ଼ିଛି । ଗଣତି ଜାରି ରହିଥିବା ବେଳେ କଂଗ୍ରେସ- ଜେଏମଏମ ଓ ଆରଜେଡି ମେଂଟ ୪୧ ଆସନରେ ଆଗୁଆ ରହିିଥିବା ବେଳେ ବିଜେପି ୨୮ ଅସନରେ ଆଗୁଆ ରହିଛି । ଏଠାରେ ବହୁମତ ପାଇଁ ଆବଶ୍ୟକ ହେଉଛି ୪୧ ଆସନ । ବିଜେପି ନିର୍ବାଚନରେ ଏକାକୀ ଓହ୍ଲାଇଥିବା ବେଳେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଓ ରାଷ୍ଟ୍ରୀୟ ଜନତା ସହ ହାତ ମିଳାଇଥିଲା କଂଗ୍ରେସ ।

୮୧ଟି ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୩୦ରୁ ମତଦାନ ଆରମ୍ଭ ହୋଇଥିଲା । ରାଜ୍ୟର ୨୪ଟି ଜିଲ୍ଲାରେ ଏହି ନିର୍ବାଚନରେ ଡିସେମ୍ବର ୨୦ରେ ଶେଷ ହୋଇଥିଲା । ଝାଡ଼ଖଣ୍ଡର ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ହେଲେ ବିଜେପି, ଜେଏମଏମ, କଂଗ୍ରେସ, ରାଷ୍ଟ୍ରୀୟ ଜନତା ଦଳ, ଅଲ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟ ୟୁନିୟନ, ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା-ପଜାତାନ୍ତ୍ରିକ ।

Share

Leave a Reply

Your email address will not be published. Required fields are marked *

5 × 4 =