ସର୍ବଦଳୀୟ ବୈଠକ ଆରମ୍ଭ

ଭୁବନେଶ୍ବର()  ପ୍ରଧାନମନ୍ତ୍ରୀ ଡାକିଥିବା ସର୍ବଦଳୀୟ ବୈଠକ ଆମ୍ଭ ହୋଇଯାଇଛି । ଏହି ବୈଠକ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧକ୍ଷତାରେ ଏହି ବୈଠକ ଡକାଯାଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗ ଦେଇଛନ୍ତି ।

ଦିଲ୍ଲୀରେ ଏକାଠି ହେବେ ପ୍ରାୟ ସବୁ ରାଜନୈତିକ ଦଳର ମୁଖିଆ। ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବ । ବୈଠକର ମୁଖ୍ୟ ପ୍ରସଙ୍ଗ, ସଂସଦର କାର୍ୟ୍ୟଦକ୍ଷତା ବଢାଇବା, ୱାନ କଣ୍ଟ୍ରି ୱାନ ଇଲେକ୍ସନ, ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ନୂଆ ଭାରତ ଗଠନ, ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ପାଳନ ଏବଂ ଆକାଂକ୍ଷୀ ଜିଲ୍ଲାର ବିକାଶ। ବିଶେଷ କରି ଗୋଟିଏ ଦେଶ ଏକ ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି। ବହୁ ପୂର୍ବରୁ ନବୀନ ଏକକ ନିର୍ବାଚନ ସମର୍ଥନରେ କଥା ଉଠାଇ ଆସୁଛନ୍ତି। ୨୦୦୪ରୁ ଓଡ଼ିଶାରେ ଏକାସାଙ୍ଗରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ହୋଇଆସୁଛି। ବିଜେଡି ସବୁବେଳେ ଏକାସାଙ୍ଗରେ ନିର୍ବାଚନକୁ ସମର୍ଥନ ଦେଇଆସିଛି। ସେପଟେ ୱାନ ନେସନ ୱାନ ଇଲେକ୍ସନର କାର୍ୟ୍ୟକାରୀତା ଓ ଆଇନଗତ ଦିଗ ଦର୍ଶାଇ କଂଗ୍ରେସ ଏହାର ବିରୋଧ କରୁଛି।

Share

Leave a Reply

Your email address will not be published. Required fields are marked *

ten + 19 =