ସାହିତ୍ୟରେ ନୋବେଲ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ ()  ସାହିତ୍ୟ କ୍ଷେତ୍ର ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ଆମେରିକା କବୟିତ୍ରୀ ଲୁଇସ୍‌ ଗ୍ଲୁକ୍‌ଙ୍କୁ ଚଳିତ ବର୍ଷ ପାଇଁ ସାହିତ୍ୟରେ ସମ୍ମାନଜନକ ନୋବେଲ୍‌ ପୁରସ୍କାର ମିଳିବ ନେଇ ଘୋଷଣା କରାଯାଇଛି । ଲୁଇସ୍‌ଙ୍କ ଅନନ୍ୟ କାବ୍ୟାତ୍ମକ ସ୍ବର ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ ।

ସୂଚନାଯୋଗ୍ୟ ୧୯୦୧ ମସିହାରୁ ନୋବେଲ୍‌ ପୁରସ୍କାର ପ୍ରଦାନ କରାଯାଉଛି । ୧୯୦୧ ମସିହାରୁ ନୋବେଲ୍‌ ଫାଉଣ୍ଡେସନ୍‌ ଦ୍ବାରା ଏହି ଆଓ୍ବାର୍ଡ ପ୍ରଦାନ କରାଯାଇଥାଏ। ସ୍ବିଡେନ୍‌ର ବୈଜ୍ଞାନିକ ଆଲଫ୍ରଡ୍‌ ବର୍ଣ୍ଣାଡ୍‌ ନୋବେଲ୍‌ଙ୍କ ସ୍ମୃତିରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଆଲଫ୍ରଡ୍‌ ନୋବେଲ୍‌ଙ୍କ ମୃତ୍ୟୁ ପୂର୍ବରୁ ନିଜ ସମ୍ପତ୍ତିର ଏକ ବଡ ଅଂଶ ଏହି ଟ୍ରଷ୍ଟ ପାଇଁ ସୁରକ୍ଷିତ ରଖାଯାଇଛି । ୧୯୦୧ ମସିହାରେ ପ୍ରଥମେ ନୋବେଲ୍‌ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା । ନୋବେଲ୍‌ ପୁରସ୍କାରର ୧୧୯ ବର୍ଷ ମଧ୍ୟରେ ଦୁଇ ଥର ସାହିତ୍ୟରେ ନୋବେଲ୍‌ ପୁରସ୍କାରକୁ ସ୍ଥଗିତ ରଖାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

four × four =