ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ- ୨୦୨୦କୁ ସ୍ବାଗତ

ଭୁବନେଶ୍ୱର() ଓଡିଶା ବିଧାନସଭାରେ ସଦ୍ୟ ପାଳିତ ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ- ୨୦୨୦ ଏକ ଐତିହାସିକ, ଅନନ୍ୟ, ସମୟୋଚିତ ଏବଂ ଛାତ୍ର ସପକ୍ଷବାଦୀ । ସେଥିପାଇଁ ଓଡିଶା ରିସର୍ଚ୍ଚ ସ୍କଲାର ଆସୋସିଏସର କର୍ମକର୍ତ୍ତାଗଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସୁଦକ୍ଷ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣକୁମାର ସାହୁଙ୍କୁ ଅଭିନନ୍ଦନ ଓ କୃତଜ୍ଞତା ଜ୍ଞାପନ କରୁଛନ୍ତି । ଏହି ଆଇନ ରାଜ୍ୟର ଅନେକ ଗରିବ ଓ ମେଧାବୀ ଛାତ୍ରଛାତ୍ରୀ ମାନଙ୍କର ସ୍ୱପ୍ନ ଦେଖିବାକୁ ସାହାସ ଯୋଗାଇବ ବୋଲି ଆସୋସିଏସନ ତରଫରୁ ମତ ପୋଷଣ କରାଯାଇଛି ।

ଏଠାରେ କହିବା ବାହୁଲ୍ୟ ଯେ ସର୍ବ ଭାରତୀୟ ସ୍ତରରେ ବିଶ୍ୱବିଦ୍ୟାୟଳ ମାନଙ୍କର ରାଙ୍କିଙ୍ଗ ଓଡିଶାର ବିଶ୍ୱବିଦ୍ୟାଳୟ ମାନଙ୍କରେ ପ୍ରଦର୍ଶନ ନିଶ୍ଚୟ ଭାବରେ କ୍ୟାମ୍ପସରେ ଶୈଷିକ ବାତାବରଣର ଅବକ୍ଷୟ ଓ ନିମ୍ନଗାମୀ ଗବେଷଣାକୁ ଦାୟୀ କରୁଛି । ଏଥିପାଇଁ ବିଶ୍ୱବିଦ୍ୟାଳୟ ମାନଙ୍କରେ ଦୁର୍ବଳ ପରିଚାଳନା ବ୍ୟବସ୍ଥା ଏବଂ ସରକାର ଓ ବିଶ୍ୱବିଦ୍ୟାଳୟ କତୃପକ୍ଷଙ୍କ ଭିତରେ ଉତ୍ତମ ସମନ୍ୱୟର ଅଭାବ ଓ ସର୍ବୋପରି କୁଳପତି ଅପାରଦର୍ଶିତ ଓ ଦୂରଦୃଷ୍ଟିର ଅଭାବ ରାଜ୍ୟର ବିଶ୍ୱବିଦ୍ୟାଳୟ ମାନଙ୍କର ଗୌରବ ସ୍ପର୍ଶ କରିଛି ।

ବିଶ୍ୱବିଦ୍ୟାଳୟର ଗାରିମା ଏବଂ ପାରଦର୍ଶିତା ମୁଖ୍ୟତଃ ଉତ୍ସର୍ଗିକୃତ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ଉପରେ ନିର୍ଭର କରୁଥିଲେ ମଧ୍ୟ ଓଡିଶାରେ ବିଶ୍ୱବିଦ୍ୟାଳୟ ନିଯୁକ୍ତିରେ ଗୋଟିଏ ପରେ ଗୋଟିଏ କଳଙ୍କିତ ଅଧ୍ୟାୟ ଦୀର୍ଘ ୩୦ ବର୍ଷ ପୁରୁଣା ବିଶ୍ୱବିଦ୍ୟାଳୟ ଆଇନର ସଂଶୋଧନର ଆବଶ୍ୟକତାକୁ ଦୃଢୀଭୂତ କରିଥିଲା । କିଛି ନ୍ୟସ୍ଥ ସ୍ୱାର୍ଥ ବ୍ୟକ୍ତି ମାନଙ୍କ ବିରୋଧ ସତ୍ତେ୍ୱ ଦୀର୍ଘ ୩୦ ବର୍ଷ ପରେ ଏହି ଆଇନର ସଂଶୋଧନ ହୋଇଥିଲା ଏହାକୁ ଓଡିଶାର ସମସ୍ତ ଛାତ୍ର ସମାଜ ଅକୁଣ୍ଠିତ ସମର୍ଥନ ଜଣାଉଛନ୍ତି । ଏହି ଆଇନ ବିଶ୍ୱବିଦ୍ୟାଳୟ କତୃପକ୍ଷଙ୍କ ସ୍ୱାୟତତାକୁ ତିଳେ ମାତ୍ର ଅଇନ ଆଣି ଦାୟିତ୍ୱ ବୋଧତା ବା ଉତ୍ତର ଦାୟିତ୍ୱ ବଢାଇବ ବୋଲି ଛାତ୍ରମାନେ ଆଶା ବ୍ୟକ୍ତ କରିଛନ୍ତି ।

ବର୍ଷବର୍ଷ ଧରି ବିଶ୍ୱବିଦ୍ୟାଳୟ ନିଯୁକ୍ତିରେ ଚାଲି ଆସିଥିବା ବଂଶବାଦ ବା ନେପୁଟିଜମ ଏବଂ ପକ୍ଷପାତିତ ବା ଫେବରଟିଜମ ଅବସାନ ଘଟିବ ଦ୍ୱାରା ସମସ୍ତ ଆଶାୟୀ ଛାତ୍ରଛାତ୍ରୀ ମାନଙ୍କ ମନରେ ବିଶ୍ୱ ବିଦ୍ୟାଳୟ ମାନଙ୍କରେ ନିଯୁକ୍ତିର ସୁଯୋଗ ଏକ ନୂତନ ଆଶା ସ୍ୱାର କରିଛି ।

ଏହି ଆଇନ ବିଶ୍ୱବିଦ୍ୟାଳୟ ମାନଙ୍କରେ କୁଳପତିମାନଙ୍କର ଏକଛାତ୍ରବାଦୀ ନୀତି ବା ଡିକ୍ଟେରର ଅନ୍ତ ଘଟାଇ ଡେଲିମେସନ ବା ଡିସୋଲାଇଜେସନକୁ ପ୍ରୋତ୍ସାହନ ଦେବ । ଯାହାର ଏକ ଗଣତାନ୍ତ୍ରିକ ବାତାବରଣ ସୃଷ୍ଟି କରିବ । ଏହି ଆଇନ ବଳରେ ଚୟନ ପ୍ରକି୍ରୟାର କେନ୍ଦି୍ରୟ କରଣ ନିଯୁକ୍ତି ସ୍ୱଚ୍ଚତା ଆଣିବା ସହିତ ବହୁ ଗରିବ ଓ ମେଧାବୀ ଆଶାୟୀ ଛାତ୍ରଛାତ୍ରୀ ମାନଙ୍କୁ ଆର୍ଥିକ ବୋଝରୁ ମୁକ୍ତି ଦେବ । ଏହାସହିତ ଓଡିଶା ଲୋକସେବା ଆୟୋଗର ପରଦର୍ଶୀ ଓ ଦକ୍ଷଚୟନ ମଣ୍ଡଳୀ ଦ୍ୱାରା ନିରାପେକ୍ଷ ଭାବରେ ପ୍ରାର୍ଥୀ ଚୟନ ହେବା ସହ ଏକ ସୁସ୍ଥ ପ୍ରତି ଯୋଗିତାର ବାତାବରଣ ସୃଷ୍ଟି କରିବ । କିନ୍ତୁ ଅଧ୍ୟାପକ ଚୟନ ଲିଖିତ ପରୀକ୍ଷା ମାଧ୍ୟମରେ ହେଉ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ନିକଟରେ ଆସୋସିଏସନ ଦାବୀ ଜଣାଇଛି ।

Share

Leave a Reply

Your email address will not be published. Required fields are marked *

seventeen + nine =