ଲିକେଜ ହେବା ପରେ ଲାଗିଥିଲା ନିଆଁ

ଭୁବନେଶ୍ୱର()  ରାଜଧାନୀର ରାଜଭବନ ନିକଟସ୍ଥ  ପେଟ୍ରୋଲ ପମ୍ପରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟଣାରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା  ଏଲପିଜି ଲିକେଜରୁ ନିଆଁ ଲାଗି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଘଟଣାର ପ୍ରାଥମିକ ତଦନ୍ତ ପରେ  ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଲୋସିଭ ସେଫ୍ଟି ଅର୍ଗାନାଇଜେସନ(ପେସୋ)ର ଉପମୁଖ୍ୟ କଣ୍ଟ୍ରୋଲର ସୂଚନା ଦେଇଛନ୍ତି ।
ତାଙ୍କ ସୂଚନା ଅନୁଯାୟୀ ଟାଙ୍କିରେ ନାଇଟ୍ରୋଜେନ ଦେଇ ଏଲପିଜି ଭର୍ତ୍ତି ବେଳେ ଲିକେଜ ହୋଇଥିଲା ।  ଲିକେଜ ହେବା ପରେ ନିଆଁ ଲାଗିଯାଇଥିଲା । ପରେ ବିସ୍ଫୋରଣ ହୋଇଥିଲା ।  ବିସ୍ଫୋରଣ ବେଳେ ଟାଙ୍କିରେ ସାଢେ ୪ଟନ ଏଲପିଜି ରହିଥିଲା ।  ପ୍ରଥମିକ ତଦନ୍ତ ସରିଛି । ବିସ୍ତୃତ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବୁ ।  ବିସ୍ଫୋରଣରେ ମୃତାହତ ଘଟଣା ସମ୍ପର୍କରେ ପୁଲିସ ତଦନ୍ତ କରୁଛି  ବୋଲି  ପେସୋର ଉପମୁଖ୍ୟ କଣ୍ଟ୍ରୋଲର ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

7 + 4 =