ଓଡ଼ିଶାରେ ବାତ୍ୟା ସତର୍କ ସୂଚନା ଜାରି

ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟ ସବୁବେଳେ ଓଡ଼ିଶାକୁ ଗ୍ରାସ କରୁଛି । ଉତ୍ତର ଓ ତତ୍ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ପାଲଟି ଯାଇଥିବାରୁ ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ପାଇଁ ପାଣିପାଗ ବିଭାଗ ବାତ୍ୟା ସତର୍କ ସୂଚନା ଜାରି କରିଛି।

ଗତ ୬ ଘଣ୍ଟା ମଧ୍ୟରେ ଉପରୋକ୍ତ ଅବପାତ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ପଶ୍ଚିମାଭିମୁଖୀ ହେବା ସହ ଆଜି ଭୋର୍ ୫.୩୦ ବେଳକୁ ଉତ୍ତର ଏବଂ ତତ୍ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଛି। ଅକ୍ଷାଂଶ ୧୮.୪ଂ ଉତ୍ତର ଏବଂ ଦ୍ରାଘିମା ୮୯.୭ଂ ପୂର୍ବରେ କେନ୍ଦ୍ରୀଭୂତ ଏହି ଅବପାତ ଗୋପାଳପୁରର ପୂର୍ବ-ଉତ୍ତରପୂର୍ବ ଠାରୁ ପ୍ରାୟ ୫୧୦ କିଲୋମିଟର ଏବଂ କଳିଙ୍ଗପଟନମ୍ର ଉତ୍ତର ଓ ଉତ୍ତରପୂର୍ବକୁ ପ୍ରାୟ ୫୯୦ କିଲୋମିଟର୍ ଦୂରରେ ରହିଛି।

Share

Leave a Reply

Your email address will not be published. Required fields are marked *

eight + 2 =