ସାଂସଦ ଅନୁଭବଙ୍କ ନାଁରେ ଏତଲା

କେନ୍ଦ୍ରାପଡା () କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଏତଲା ।ନିର୍ବାଚନ ସମୟରେ ପୋଷ୍ଟର ଓ ଫ୍ଲେକ୍ସ ପ୍ରିଂଟ୍ କରି ଟଙ୍କା ଦେଇ ନଥିବା ଅଭିଯୋଗରେ ବଳଦେବ ଆଡ ମିଡିଆର ମାଲିକ ସ୍ମୃତି ରଂଜନ ସ୍ୱାଇଁ ଅନୁଭବ ମହାନ୍ତିଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି ।

ଗତ ନିର୍ବାଚନରେ ଫ୍ଲେକ୍ସ ଓ ପୋଷ୍ଟର ପାଇଁ ୩୨ଲକ୍ଷ୫୬ହଜାର ଟଙ୍କାର କାମ କରାଇଥିବାବେଳେ ବର୍ତମାନ ସୁଦ୍ଧା ୧୧ଲକ୍ଷ ୩୫ ହଜାର ଟଙ୍କା ବାକି ରଖିଥିବା ଅଭିଯୋଗ କରିଛନ୍ତି ସ୍ମୃତି ରଂଜନ । ବାରମ୍ବାର ମାଗିବା ପରେ ଟଙ୍କା ନମିଳିବାରୁ ଆଜି ଅନଲାଇନ ଯୋଗେ କେନ୍ଦ୍ରାପଡା ସଦର ଥାନାରେ ଏତଲା ଦେଇଛନ୍ତି । ଏହାର ନକଲ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ମଧ୍ୟ ପଠାଇଥିବା କହିଛନ୍ତି ବଳଦେବ ଆଡ ମିଡିଆର ମାଲିକ ସ୍ମୃତି ରଂଜନ ସ୍ୱାଇଁ ।

Share

Leave a Reply

Your email address will not be published. Required fields are marked *

twelve − 1 =