+୨ ଦ୍ୱିତୀୟ ବର୍ଷ ଢାଞ୍ଚାରେ ହେବ ପ୍ରଥମ ବର୍ଷର ପରୀକ୍ଷା

ଭୁବନେଶ୍ୱର() ଏଣିକି +୨ ପିଲାଙ୍କୁ ଦ୍ୱିତୀୟ ବର୍ଷରେ ପଢିବା ପାଇଁ ପାସ କରିବାକୁ ପଡିବ ପ୍ରଥମ ବର୍ଷର ପରୀକ୍ଷା । ଏଣିକି +୨ ପ୍ରଥମ ବର୍ଷର ପିଲାଙ୍କୁ ଦେବାକୁ ପଡିବ ପରୀକ୍ଷା । ପ୍ରଥମ ବର୍ଷର ପରୀକ୍ଷାରେ ୩୩% ପ୍ରତିଶତ ନଂମ୍ୱର ନ ରଖିଲେ ଦ୍ୱିତୀୟ ବର୍ଷକୁ ଉନ୍ନୀତ ହୋଇପାରିବେ ନାହିଁ ପ୍ରଥମ ବର୍ଷର ଛାତ୍ର ଛାତ୍ରୀ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ଶିକ୍ଷା ମନ୍ତ୍ରୀ କହିଛନ୍ତି ଦ୍ୱିତୀୟ ବର୍ଷ ଢାଞ୍ଚାରେ ହେବ ପ୍ରଥମ ବର୍ଷର ପରୀକ୍ଷା । ପରୀକ୍ଷା ପାସ ହେବା ପ୍ରଥମ ବର୍ଷର ଛାତ୍ର ଛାତ୍ରୀଙ୍କୁ ଦୁଇଟି ସୁଯୋଗ ଦେବା ପାଇଁ ହୋଇଛି ନିଷ୍ପତି । ପ୍ରଥମ ବର୍ଷର ପରୀକ୍ଷାରେ ୩୩% ପ୍ରତିଶତ ନଂମ୍ୱର ନ ରଖିଲେ ଦ୍ୱିତୀୟ ବର୍ଷକୁ ଉନ୍ନୀତ ହୋଇପାରିବେ ନାହିଁ

ପ୍ରଥମ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ୨୯ ପର୍ୟ୍ୟନ୍ତ ଚାଲିବାକୁ ଥିବାବେଳେ ଦ୍ୱିତୀୟ ପରୀକ୍ଷାଟି ମେ ଶେଷ ସପ୍ତାହରେ ହେବ ବୋଲି ଜଣା ପଡିଛି ।

Share

Leave a Reply

Your email address will not be published. Required fields are marked *

12 + thirteen =