ପୁଣି ତୈଳଦର ବୃଦ୍ଧି

ପୁଣି ବଢିଲା ତେଲ ଦର । ପେଟ୍ରୋଲ ଲିଟର ପିଛା ୫୭ ପଇସା ବଢିଥିବା ବେଳେ ଡିଜେଲ ଲିଟର ପିଛା ୫୮ ପଇସା ବଢିଛି । ରାଜଧାନୀରେ ପେଟ୍ରୋଲ ଲିଟର ପିଛା ୭୫ ଟଙ୍କା ଟପିଛି । ସେହିପରି ଡିଜେଲର ଦାମ ୭୧ ଟଙ୍କା ଉପରେ ରହିଛି । ଆଜି ରାଜଧାନୀରେ ପେଟ୍ରୋଲ ଲିଟର ପିଛା ୭୫ ଟଙ୍କା ୭ ପଇସା ଦରରେ ବିକ୍ରି ହେଉଛି । ଡିଜେଲ ଲିଟରକୁ ୭୧ ଟଙ୍କା ୧୦ ପଇସା ରହିଛି । ଗତ ୬ ଦିନ ଭିତରେ ରାଜ୍ୟରେ ପେଟ୍ରୋଲ ଦାମ ୨ଟଙ୍କା ୭୬ ପଇସା ଓ ଡିଜେଲ ଦାମ ୨ଟଙ୍କା ୭୯ ପଇସା ବଢିଛି ।

ଅନ୍ତର୍ଜାତୀୟ ବଜାରରେ ଗତ କିଛି ଦିନଧରି ଅଶୋଧିତ ତେଲଦର ବଢିଚାଲିଥିବାରୁ ଓ ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ଯୋଗୁଁ ଦେଶରେ ମଧ୍ୟ ତେଲଦର ବଢୁଥିବା ଜଣାପଡ଼ିଛି ।

Share

Leave a Reply

Your email address will not be published. Required fields are marked *

4 × 2 =