ରାସ୍ତାକୁ ଓହ୍ଲାଇଛନ୍ତି ରାଜ୍ୟ ଅଗ୍ନିଶମ କର୍ମଚାରୀ

ରାସ୍ତାକୁ ଓହ୍ଲାଇଛନ୍ତି ରାଜ୍ୟ ଅଗ୍ନିଶମ କର୍ମଚାରୀ । ୬ ଦଫା ଦାବି ନେଇ ସାରା ରାଜ୍ୟରେ କାର‌୍ୟ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛି ଆଗ୍ନିକ ସଙ୍ଘ ।
ସୂଚନାନୁସାରେ, ଆଜିଠାରୁ ସାରା ରାଜ୍ୟରେ ଅଗ୍ନିଶମ କର୍ମଚାରୀଙ୍କ ପକ୍ଷରୁ କାର‌୍ୟ୍ୟବନ୍ଦ ଆନ୍ଦାଳନ ଦିଆଯାଇଛି । ୬ଦଫା ଦାବିରେ ସେମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଫଳରେ ରାଜ୍ୟରେ ଜରୁରୀ ସେବା ବ୍ୟହତ ହୋଇଛି । ଅନେକ ସ୍ଥାନରେ ଅସୁବିଧାରେ ପଡିଥିବା ବ୍ୟକ୍ତି ହଇରାଣ ହେଉଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ବାରକେଡ୍ ଏବଂ ଜଗନ୍ନାଥଙ୍କ ସେବାରେ ସେମାନେ ପୂର୍ବପରି ନିୟୋଜିତ ରହିବେ ବୋଲି କହିଛନ୍ତି । ତେବେ ଆନ୍ଦୋଳନରୁ ଓହରିବା ପାଇଁ କର୍ତୃପକ୍ଷ କର୍ମଚାରୀଙ୍କୁ ଅନୁରୋଧ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

seven + 12 =