ଜୁଲାଇ ପ୍ରଥମ ସପ୍ତାହରେ ଅନଲାଇନରେ ବିପିୟୁଟି ପରୀକ୍ଷା

ଭୁବନେଶ୍ୱର() କରୋନା କଟକଣା ଯୋଗୁଁ ସ୍କୁଲ, କଲେଜ ବନ୍ଦ ଥିବାରୁ ପାଠପଢା ସାଙ୍ଗକୁ ପରୀକ୍ଷା ମଧ୍ୟ ବହୁ ମାତ୍ରାରେ ପ୍ରଭାବିତ ହୋଇଛି । ତେବେ ଏହାରି ଭିତରେ ଅନଲାଇନରେ ବିପିୟୁଟି ପରୀକ୍ଷା କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ବିପିୟୁଟିର ଅଷ୍ଟମ ସେମିଷ୍ଟାର ପରୀକ୍ଷା ବାତିଲ ହେବନି । ଜୁଲାଇ ପ୍ରଥମ ସପ୍ତାହରେ ଅନଲାଇନ ପରୀକ୍ଷା ହେବ । ସବୁ ଜିଲ୍ଲାରେ ଓ ରାଜ୍ୟ ବାହାରେ ପରୀକ୍ଷା କେନ୍ଦ୍ର କରାଯିବ । ଛାତ୍ରଛାତ୍ରୀ ଚାହିଁଲେ ଅପଲାଇନରେ ବି ପରୀକ୍ଷା ଦେଇପାରିବେ । ତେବେ ଶିକ୍ଷାନୁଷ୍ଠାନ ଖୋଲିବା ପରେ ଅଫଲାଇନରେ ପରୀକ୍ଷା ହେବ ବୋଲି ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

20 + 3 =