୨୪ ଘଣ୍ଟା ଭିତରେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର()  ଓଡିଶାରେ ପ୍ରବେଶ କରିଛି ମୌସୁମୀ । ପ୍ରଥମେ ଦକ୍ଷିଣ ଓଡିଶାରେ ପାଦ ଥାପିଛି । ମାଲକାନଗିରି, କୋରାପୁଟ ଜିଲ୍ଲା ସହ ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ ଓ ଗଜପତିର କିଛି ଅଞ୍ଚଳରେ ପହଞ୍ଚିଛି ମୌସୁମୀ । ଆସନ୍ତା ୨୪ ଘଣ୍ଟା ଭିତରେ ଦକ୍ଷିଣ ଓଡ଼ିଶାର ବାକି ଅଞ୍ଚଳ ସହ ରାଜ୍ୟର ଅଧିକାଂଶ ଅଞ୍ଚଳରେ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ଅଛି । ମୌସୁମୀ ଆସିଲେ ମଧ୍ୟ ରାଜ୍ୟରେ ଆଶାନୁଯାୟୀ ବର୍ଷା ହୋଇନାହିଁ । ଶୁକ୍ରବାର ଅପରାହ୍ନ ପରେ ବର୍ଷା ପ୍ରାୟତଃ କମିଯିବ । ୧୬ ତାରିଖ ଯାଏଁ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ବୁଧବାର ରାତିରୁ ରାଜ୍ୟରେ ପାଗ ବଦଳିଛି । ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ଅନେକ ସ୍ଥାନରେ ଅସରାଏ ଲେଖାଏଁ ଅଳ୍ପ ଅଳ୍ପ ବର୍ଷା ହୋଇଛି ।

Share

Leave a Reply

Your email address will not be published. Required fields are marked *

19 − 12 =