ଆଡିଦାସ ପ୍ରତିଭାବାନ କ୍ରୀଡ଼ାବିତ୍ ତାଲିକାରେ ମନପ୍ରୀତ

ଭୁବନେଶ୍ବର () :  ବିଶ୍ବର ଅଗ୍ରଣୀ କ୍ରୀଡ଼ା ବ୍ରାଣ୍ଡ୍ ଆଡିଦାସର ବର୍ଦ୍ଧିତ ପ୍ରତିଭାବାନ କ୍ରୀଡ଼ାବିତ୍ଙ୍କ ତାଲିକାରେ ସାମିଲ ହୋଇଛନ୍ତି ଅର୍ଜୁନ ପୁରସ୍କାର ବିଜେତା ତଥା ହକି ଖେଳାଳୀ ମନପ୍ରୀତ ସିଂହ ପାୱାର । ଆଦିଦାସ୍ ପକ୍ଷରୁ ଏହି ଘୋଷଣା କରାଯାଇଛି । ସେ ହେଉଛନ୍ତି ଭାରତୀୟ ପୁରୁଷ ହକି ଟିମର ଅଧିନାୟକ । ହିମା ଦାସ, ସ୍ବପ୍ନା ବର୍ମନ, ରୋହିତ ଶର୍ମା, କୁଲଦୀପ ଯାଦବ, ରିଶଭ ପନ୍ତ, ଦୀପିକା ପାଲିକଲ୍, ଜିଲ୍ ଦେଶାଇ, ନିଖନ୍ତ ଜାରିନ୍, ସିଦ୍ଧାନ୍ତ ବାନ୍ତିଆ ଓ ମନଜୋତ କାଲ୍ରାଙ୍କ ଭଳି ପ୍ରତିଭାବାନ କ୍ରୀଡ଼ାବିତଙ୍କ ତାଲିକାରେ ମନପ୍ରୀତ ସାମିଲ ହୋଇଛନ୍ତି ।

ବିଗତ କିଛି ବର୍ଷ ହେଲାଣି ହକିର ଲୋକପ୍ରିୟତା ବହୁତ ବଢ଼ିଛି ଓ ଭାରତୀୟ ଟିମ୍ ବିଶ୍ବ ଲିଗ୍ ଫାଇନାଲରେ ବ୍ରୋଂଜ୍ ମେଡାଲ୍ ଜିତିଥିବା ବେଳେ ଏସିଆ କପରେ ସଫଳତା ହାସଲ କରିଛି । ୨୦୧୨ ଓ ୨୦୧୬ ଅଲିମ୍ପିକ୍ ଟିମର ମଧ୍ୟ ସଦସ୍ୟ ଥିଲେ ମନପ୍ରୀତ । ଗତବର୍ଷ ଲଣ୍ଡନରେ ଖେଳାଯାଇଥିବା ଏଫ୍ଆଇଏଚ୍ ଚାମ୍ପିଆନ୍ସ ଟ୍ରଫି ଓ ୨୦୧୪ ଗ୍ଲାସ୍ଗୋର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ସେ ଟିମର ସଦସ୍ୟ ଥିଲେ । ଏସିଆନ୍ ଗେମ୍ସର ଗୋଲ୍ଡ ମେଡାଲ୍ ହାସଲ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ନଭେମ୍ବର ୨୮ରୁ ଭୁବନେଶ୍ବରରେ ଆରମ୍ଭ ହେଉଥିବା ପୁରୁଷ ହକି ବିଶ୍ବକପ୍ ୨୦୧୮ରେ ମନପ୍ରୀତଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

ଆଡିଦାସ ଇଣ୍ଡିଆର ବରିଷ୍ଠ ମାର୍କେଟିଂ ଅଧିକାରୀ ସିନ୍ ଭାନ୍ ୟାକ୍ କହିଛନ୍ତି ଯେ, “ଏକ ଅଗ୍ରଣୀ ସ୍ପୋର୍ଟସ୍ ବ୍ରାଣ୍ଡ୍ ଭାବେ ଆଡିଦାସ ସବୁ ବେଳେ ସଂପୃକ୍ତ ରହିଥାଏ ଓ ଯୁବପିଢ଼ିଙ୍କୁ ଖେଳ ଜରିଆରେ ଜୀବନ ବଦଳାଇବାର ଯେଉଁ ଶକ୍ତି ରହିଛି ତାହା ଉପରେ ଆମେ ବିଶ୍ବାସ କରୁ । ମନପ୍ରୀତ ହେଉଛନ୍ତି ହକି ପ୍ରେମୀଙ୍କ ପାଇଁ ପ୍ରେରଣା । ଆଡିଦାସ୍ ଟିମରେ ତାଙ୍କୁ ସାମିଲ କରି ଆମେ ଗର୍ବିତ । ଆଜିର ଯୁବପିଢ଼ିଙ୍କୁ ଅନୁପ୍ରାଣିତ କରିବା ପାଇଁ ସେ ଉପଯୁକ୍ତ ବ୍ରାଣ୍ଡ୍ ଆମ୍ବାସାଡର ବୋଲି ଆମେ ଭାବୁଛୁ । ସେ ଖେଳକୁ ପରବର୍ତି ସ୍ତରକୁ ନେବାର କ୍ଷମତା ରଖିଛନ୍ତି ।’’

ପ୍ରତ୍ୟକ କ୍ରୀଡ଼ାବିତ୍ ଆଡିଦାସ ସହିତ ଯୋଡ଼ିହେବାକୁ ସୁଯୋଗ ଖୋଳନ୍ତି ଓ ମୋତେ ଏହି ସୁଯୋଗ ମିଳିଥିବାରୁ ମୁଁ ବହୁତ ଖୁସି ବୋଲି ମନପ୍ରୀତ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

fifteen + 6 =