ପେଠାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାର ଦେବେ ଆର୍ଥିକ ସହାୟତା

ଭୁବନେଶ୍ବର () ପେଠାଇ ବାତ୍ୟା ପ୍ରଭାବରେ ହୋଇଥିବା ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ରାଜ୍ୟ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ । ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ପୁରୀ, ଯାଜପୁର, ବାଲେଶ୍ବର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାକୁ ବାଦ ଦେଲେ ଅନ୍ୟ ସବୁ ଜିଲ୍ଲା ପେଠାଇ ପ୍ରଭାବିତ ବର୍ଷାରେ ପ୍ରଭାବିତ ହୋଇଛି ।

ଝାରସୁଗୁଡା ଜିଲ୍ଲାରେ ସର୍ବାଧିକ 75.3 ମିଲିମିଟର ବର୍ଷା ରେକର୍ଟ କରାଯାଇଥିବା ବେଳେ ସମ୍ବଲପୁରରେ 73.5 ମିଲିମିଟର, ସୁନ୍ଦରଗଡରେ 71.8 ମିଲିମିଟର, ବରଗଡରେ 71.5 ମିଲିମିଟର, ଦେବଗଡରେ 68.3 ମିଲିମିଟର ଓ ସୋନପୁରରେ 67.7 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଗଜପତି, ବୌଦ୍ଧ, ରାୟଗଡା ଓ ଅନୁଗୁଳରେ 50 ମିଲିମିଟରରୁ ଅଧିକ ବର୍ଷା ହୋଇଛି । ରାଜ୍ୟର 100ଟି ବ୍ଲକରେ 50 ମିଲିମିଟରରୁ ଅଧିକ ବର୍ଷା ହୋଇଛି ।

ଏହିଦୃଷ୍ଟିରୁ ସବୁ ଜିଲ୍ଲାପାଳଙ୍କୁ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କ୍ଷୟକ୍ଷତି ରିପୋର୍ଟ ଆଧାରରେ ଫସଲ କ୍ଷତିର ଆକଳନ କରାଯାଇ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୁରଣ ଦିଆଯିବ । ପେଠାଇ ବାତ୍ୟାର ରୂପ ନେବା ପୂର୍ବରୁ ରାଜ୍ୟ ସରକାର ସବୁ ଚାଷୀଙ୍କୁ ନିଜ ନିଜ ଫସଲକୁ ସୁରକ୍ଷିତ ଖଳାକୁ ନେବା ପାଇଁ ପରାମର୍ଶ ଦିଆଯାଇଥିଲା ।

Share

Leave a Reply

Your email address will not be published. Required fields are marked *

12 − 10 =