ପୂର୍ବତନ ସାଂସଦ ବୈଷ୍ଣବ ପରିଡାଙ୍କ ପରଲୋକ

ଭୁବନେଶ୍ବର ()  ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ବୈଷ୍ଣବ ପରିଡାଙ୍କର ଆଜି ପୂର୍ବାହ୍ନରେ ପରଲୋକ ହୋଇଛି । ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ବୈଷ୍ଣବ ପରିଡା ଆମ୍ରି ହସପିଟାଲରେ ଚିକିତ୍ସାଧୀନ ଥିଲେ । ବାମପନ୍ଥୀ ଚିନ୍ତାଧାରାରୁ ଆସିଥିବା ବୈଷ୍ଣବ ବାବୁ 2009 ନିର୍ବାଚନର ଅବ୍ୟବହିତ ପୂର୍ବରୁ ବିଜେଡିରେ ଯୋଗ ଦେଇଥିଲେ । ପରେ ବିଜେଡି ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ସେ କିଛି ମାସ ପାଇଁ କଂଗ୍ରେସ ରାଜନୀତିରେ ମଧ୍ୟ ଯୋଗ ଦେଇଥିଲେ । କଂଗ୍ରେସରେ ତାଙ୍କ ଚିନ୍ତାଧାରା ଖାପ ନଖାଇବାରୁ ସେ ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ । ରାଜନୀତି ସହ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ପାଇଁ ମଧ୍ୟ ସେ ଅଭିଯାନ ଚଳାଇଥିଲେ । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

five + 12 =