ମୁଖ୍ୟମନ୍ତ୍ରୀ ପଦରୁ ଫଡ଼ନାଭିସଙ୍କ ଇସ୍ତଫା

ନୂଆଦିଲ୍ଲୀ () ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଦେବେନ୍ଦ୍ର ଫଡ଼ନାଭିସ । ଏହାର କିଛି ସମୟ ପୂର୍ବରୁ ଅଜିତ୍ ପାଓ୍ଵାର ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଦେବେନ୍ଦ୍ର ଫଡ଼ନାଭିସ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏହା ସହିତ ସେ ଶିବସେନା, ଏନସିପି ଓ କଂଗ୍ରେସ ମେଣ୍ଟକୁ ସରକାର ଗଠନ ଲାଗି ଅଭିନନ୍ଦନ ଜଣାଇଛନ୍ତି। ଆମେ ବିରୋଧୀ ଆସନରେ ବସିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି।

ଦେବେନ୍ଦ୍ର ଫଡ଼ନାଭିସ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଏବେ ଆମ ପାଖରେ ବହୁମତ ନାହିଁ। ସାମ୍ବାଦିକ ସମ୍ମିଳନୀ ପରେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିବି। ସେ କହିଛନ୍ତି ଯେ, ଅଜିତ୍ ପାଓ୍ଵାର ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା କହିଛନ୍ତି। ଏବେ ଆମେ ବିରୋଧୀ ଆସନରେ ବସି ନୂତନ ସରକାରଙ୍କୁ କାମ କରିବା ଶିଖାଇବୁ।

Share

Leave a Reply

Your email address will not be published. Required fields are marked *

15 − 8 =