ପୁଣି ନାଚିଲେ କଂଗ୍ରେସ ବିଧାୟକ ତାରା

ଜୟପୁର : ପୁଣି ନାଚିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ଆଦିବାସୀଙ୍କ ପାରମ୍ପରିକ ଲୋକଗୀତ ଓ ବାଦ୍ୟର ତାଳେ ତାଳେ ଝୁମିଲେ ତାରା । ଜୟପୁରରେ ପୁଷ ପୁନେଇଁ ଅବସରରେ ଏଭଳି ଦୃଶ୍ୟ ସାମନାକୁ ଆସିଥିଲା । ରାଜରାସ୍ତା ପାଲଟିଥିଲା ଖୋଲା ମଞ୍ଚ । ପିଲାଠୁ ଯୁବ ଗୋଷ୍ଠୀ । ପୁଣି ବୟସ୍କ ଓ ମହିଳା ସମସ୍ତେ ଏକାଠି ହୋଇଥିଲେ । ହାତରେ ହାତ ଛନ୍ଦି ସମସ୍ତଙ୍କ ସହ ନୃତ୍ୟଗୀତରେ ମଜି ଯାଇଥିଲେ ବିଧାୟକ ତାର ବାହିନୀପତି ।

ନିଜ ପ୍ରିୟ ନେତାଙ୍କୁ ପାଖରେ ପାଇ ସ୍ଥାନୀୟ ବାସିନ୍ଦା ଓ କଳାକାର ବି ବେଶ ଖୁସି ହୋଇଥିଲେ । ଜୟପୁରରେ ପୁଷ ପୁନେଇଁ ଆସର ବେଶ ଜମିଥିଲା । ଆଧୁନିକତାର ଚାକଚକ୍ୟ ଭିତରେ ଆଦିବାସୀଙ୍କ ଏହି ପରମ୍ପରାର ସ୍ୱତନ୍ତ୍ରତା ବାରି ହୋଇ ପଡ଼ିଥିଲା ଜୟପୁରରେ । ବିଭିନ୍ନ ପାରମ୍ପରିକ ବେଷଭୂଷାରେ ନଜର ଆସିଥିଲେ ସ୍ଥାନୀୟ ଲୋକ । କିଏ ହନୁମାନ, କିଏ ରାମଚନ୍ଦ୍ର ତ କେହି କେହି ନଜର ଆସିଥିଲେ ପଞ୍ଚୁପାଣ୍ଡବ ବେଶରେ । ପାରମ୍ପରିକ ଢେମଶା ନୃତ୍ୟର ତାଳେ ତାଳେ ପୁଷ ପୁନେଇଁରେ ମଜି ଯାଇଥିଲେ ଜୟପୁର ବାସିନ୍ଦା ।

Share

Leave a Reply

Your email address will not be published. Required fields are marked *

8 + 3 =