କରୋନା ଵିତ୍ପାତରେ ଗରିବଙ୍କୁ ସହାୟତାର ହାତ ବଢ଼ାଇଲା ନନ୍ଦିଘୋଷ ଟିଭି

 ଭୁବନେଶ୍ବର()   ମାହାମାରୀ କରୋନା ଵିତ୍ପାତରେ ସାରା ବିଶ୍ୱ ଆଉଟୁ ପାଉଟୁ ହେଉଥିବା ବେଳେ ଏହାର କରାଳ ଦୃଷ୍ଟି ଓଡିଶା ଉପରେ ମଧ୍ୟ ପଡିଛି । ସରକାରଙ୍କ ସତ ଚେଷ୍ଟା ପରେ ମଧ୍ୟ କିଛି ଲୋକ ଖାଦ୍ୟ ପାଇବାରୁ ବଞ୍ଚିତ ହୋଇଥିବା ନଜର ଆସିଛି । ଏଭଳି ଲୋକଙ୍କୁ ସହାୟତାର ହାତ ବଢ଼ାଇଛି ନନ୍ଦିଘୋଷ ଟିଭି ।

ଏହି ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଆଜି ଭୁବନେଶ୍ୱରସ୍ଥିତ ଭରତପୁରଠାରେ ଖାଦ୍ୟ ଓ ରାସନ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଚ୍ୟାନେଲ ସମ୍ପାଦକ ଶିଶିର ଭଟମିଶ୍ର, ସିଓଓ ଜବର ସିଂ, ଇନପୁଟ ହେଡ ଅଜିତ ଦାସ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଆଗକୁ ମଧ୍ୟ ଅସହାୟଙ୍କୁ ସହାୟତା ପ୍ରକ୍ରିୟା ଜାରି ରହିବ ବୋଲି ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

18 + 15 =