ହେମାନନ୍ଦଙ୍କ ଝିଅ ବିଜେଡିରେ ମିଶିବେ !

ଭୁବନେଶ୍ୱର () ଶନିବାର ବିଜେଡିରେ ଯୋଗଦେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନିତା ବିଶ୍ୱାଳ । ସେ ନିଜ ସମର୍ଥକଙ୍କ ସହ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେବେ ବୋଲି ଜଣାପଡିଛି ।

ସୁନିତା ଗତ କିଛି ବର୍ଷ ହେଲା କଂଗ୍ରେସ ରାଜନୀତିରେ ସକ୍ରିୟ ହୋଇଥିବା ବେଳେ ସୁନ୍ଦରଗଡ଼ ଲୋକସଭା ଆସନରୁ ଦଳୀୟ ପ୍ରାର୍ଥୀ ହେବାକୁ ଆଶା ରଖିଥିଲେ । କିନ୍ତୁ କଂଗ୍ରେସ ଦଳରୁ ତାଙ୍କୁ ଟିକଟ ମିଳୁନଥିବାରୁ ସେ ବିଜେଡିରେ ଯୋଗଦେଉଥିବା ଜଣାପଡିଛି । ଏଥିସହ ସେ ବିଜେଡିରେ ମଧ୍ୟ ସୁନ୍ଦରଗଡ଼ କିମ୍ବା ସମ୍ବଲପୁରର କୌଣସି ଏକ ଆସନରୁ ପ୍ରାର୍ଥୀ ହେବେ ବୋଲି ଆଶା ରଖିଛନ୍ତି ।

Share

Leave a Reply

Your email address will not be published. Required fields are marked *

nine + sixteen =