ମା’ଙ୍କ ଆଶୀର୍ବାଦରୁ ଆରମ୍ଭ ହେବ ଅଭିଯାନ

ବ୍ରହ୍ମପୁର () ଆଜି ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ହିଂଜିଲି ନିର୍ବାଚନମଣ୍ଡଳୀ ପାଇଁ ଛତ୍ରପୁର ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିବେ । ତେବେ ନାମାଙ୍କନପତ୍ର ଦାଖଲ ପୂର୍ବରୁ ନବୀନ ମାଙ୍କ ଆଶୀର୍ବାଦ ନେବାକୁ ତାରାତାରିଣୀ ପିଠାକୁ ଯିବେ ।

ଆଜି ସକାଳ 8ଟା 50ରେ ନବୀନ ନିବାସରୁ ବିଜୁ ପଟନାୟକ ବିମାନବନ୍ଦର ଯିବେ । ସେଠାରୁ ହେଲିକପ୍ଟରରେ ତାରାତାରିଣୀ ଯିବେ । ମାଙ୍କ ନିକଟରେ ପୂଜା ସାରି ସେଠାରୁ ସେ ଛତ୍ରପୁର ଯିବେ । ଛତ୍ରପୁରରେ ନାମାଙ୍କନପତ୍ର ଦାଖଲ କରି ନବୀନ ଭୁବନେଶ୍ୱର ଫେରିବେ ।

ନବୀନଙ୍କ ନାମାଙ୍କନପତ୍ର ଦାଖଲ ସମୟରେ ଗଂଜାମ ଜିଲ୍ଲାର ସବୁ ବରିଷ୍ଠ ନେତା, ବିଧାୟକ ଓ ସାଂସଦ ଉପସ୍ଥିତ ରହିବେ ।

Share

Leave a Reply

Your email address will not be published. Required fields are marked *

five × one =