80 ଦଶକକୁ ଫେରିଲା ଓଡିଶା ରାଜନୀତି, ଜାଣନ୍ତୁ କାହିଁକି …

ଭୁବନେଶ୍ୱର () ଆଜି ବିଜେଡିରେ ଯୋଗଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନିତା ବିଶ୍ୱାଳ । ସେ ନିଜ ସମର୍ଥକଙ୍କ ସହ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେଇଛନ୍ତି । ଆଜିର ଏହି ଯୋଗଦାନରୁ 80 ଦଶକକୁ ଫେରିଛି ଓଡିଶା ରାଜନୀତି ।

ଠିକ 80 ଦଶକରେ ଏମିତି ନନ୍ଦିନୀ ଶତପଥୀ କଂଗ୍ରେସରେ ଥିବା ବେଳେ ତାଙ୍କ ପୁଅ ତଥାଗତ ଶତପଥୀ ଜନତା ଦଳରେ ଥିଲେ । ଜାତୀୟ ସ୍ତରରେ ସେମିତି ଇନ୍ଦିରା ଗାନ୍ଧୀ କଂଗ୍ରେସର ନେତୃତ୍ୱ ନେଉଥିବା ବେଳେ ମେନକା ଗାନ୍ଧୀ ବିଜେପିରେ ରହିଥିଲେ । ଏବେ ସେମିତି ହେମାନନ୍ଦ ବିଶ୍ୱାଳ କଂଗ୍ରେସରେ ଥିବା ବେଳେ ତାଙ୍କ ଝିଅ ବିଜେଡିରେ ।

ସୁନିତା ଗତ କିଛି ବର୍ଷ ହେଲା କଂଗ୍ରେସ ରାଜନୀତିରେ ସକ୍ରିୟ ହୋଇଥିବା ବେଳେ ସୁନ୍ଦରଗଡ଼ ଲୋକସଭା ଆସନରୁ ଦଳୀୟ ପ୍ରାର୍ଥୀ ହେବାକୁ ଆଶା ରଖିଥିଲେ । କିନ୍ତୁ କଂଗ୍ରେସ ଦଳରୁ ତାଙ୍କୁ ଟିକଟ ମିଳୁନଥିବାରୁ ସେ ବିଜେଡିରେ ଯୋଗଦେଉଛନ୍ତି । ସେ ନିଜ ସମର୍ଥକଙ୍କ ସହ ବିଜେଡିରେ ମିଶିଛନ୍ତି । ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ହେମାନନ୍ଦଙ୍କ ଦୁଇ ଭାଇ ମଧ୍ୟ ବିଜେଡିରେ ଯୋଗଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ନେତୃତ୍ବ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ସେ କଂଗ୍ରେସ ଦଳ ଛାଡ଼ି ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଏହାବ୍ୟତୀତ କଳାହାଣ୍ଡିର କଂଗ୍ରେସ ନେତା ସଚ୍ଚିଦାନନ୍ଦ ମହାକୁଡ଼, ସୁଜିତ କୁମାର ନାୟକ, ରାଜ୍ୟ କଂଗ୍ରେସ କମିଟି ସାଧାରଣ ସଂପାଦକ ସମ୍ବଲପୁର ନିର୍ବାଚନ ମଣ୍ଡଳୀର ରାଜକିଶୋର ଦାସ, ଦେବେନ୍ଦ୍ର କିଶୋର ପତି, ରେଙ୍ଗାଲି ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ମୋତିଲାଲ ତନ୍ତୀ, ରୀନା ତନ୍ତୀ, ଫନିନ୍ଦ୍ର ପଟ୍ଟନାୟକ, ଶକ୍ତି ପ୍ରସାଦ ପଣ୍ଡା, କୁଚିଣ୍ଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ବିଜେପି ନେତା କିଶୋର ନାଏକ, କଟକର ରୀତା ଶତପଥୀ ମଧ୍ୟ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

ଏହି ଅବସରରେ ସୁନିତା କହିଥିଲେ ଯେ ଓଡ଼ିଶାକୁ ସାରା ଦେଶରେ ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଶକ୍ତି ଓ ରାଜନୈତିକ ପ୍ରତିବଦ୍ଧତା ତାଙ୍କୁ ବହୁତ ଆକୃଷ୍ଟ କରିଛି । ରାଜନୀତିରେ ମହିଳାମାନଙ୍କ ନିମନ୍ତେ ୩୩ ପ୍ରତିଶତ ସଂରକ୍ଷଣ, ମିଶନ ଶକ୍ତି କାର୍ଯ୍ୟକ୍ରମ, କୃଷି ଓ କୃଷକଙ୍କ ଉନ୍ନତି ପାଇଁ ‘କାଳିଆ’ ଯୋଜନା ତାଙ୍କୁ ଗଭୀର ଭାବେ ପ୍ରଭାବିତ କରିଛି । ବିଜୁ ଜନତା ଦଳ ଏକ ଧର୍ମ ନିରପେକ୍ଷ ଦଳ ହୋଇଥିବାରୁ ଏହା ମଧ୍ୟ ମୋତେ ଦଳକୁ ଆସିବା ଲାଗି ପ୍ରୋତ୍ସାହିତ କରିଛି ।

Share

Leave a Reply

Your email address will not be published. Required fields are marked *

five × five =