ନିର୍ମାଣ ଶ୍ରମିକଙ୍କ ପେନସନ ଓ ସହାୟତା ରାଶି ବଢ଼ିଲା

ଭୁବନେଶ୍ୱର (): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ମାଣ ଶ୍ରମିକଙ୍କ ପାଇଁ ପେନସନ୍ ଓ ବିଭିନ୍ନ ସହାୟତାର ପରିମାଣ ବୃଦ୍ଧି କରିଛନ୍ତି । ନିର୍ମାଣ ଶ୍ରମିକ ପେନସନ୍ ଯୋଜନାରେ ହିତାଧିକାରୀମାନେ ପୂର୍ବରୁ ୩୦୦ ଟଙ୍କା ପେନସନ୍ ପାଉଥିବାବେଳେ ଏହାକୁ ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।  ୮୦ ବର୍ଷ ବୟସରୁ ଊଦ୍ଧ୍ୱର୍ ହିତାଧିକାରୀଙ୍କ ପେନସନ୍ ପରିମାଣ ୫୦୦ ଟଙ୍କାରୁ ୭୦୦ ଟଙ୍କାକୁ ବୃଦ୍ଧି ହୋଇଛି । ଏହି ବର୍ଦ୍ଧିତ ପେନସନ୍ ଫେବୃଆରୀ ମାସରୁ ଲାଗୁ ହେବ ।

ସେହିପରି ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଶ୍ରମିକଙ୍କ ପାଇଁ ବିବାହ ଓ ମୃତ୍ୟୁସହାୟତାରେ ମଧ୍ୟ ବୃଦ୍ଧି କରାଯାଇଛି । ନିର୍ମାଣ ଶ୍ରମିକମାନେ ସେମାନଙ୍କ ଝିଅ ବିବାହ ପାଇଁ ପୂର୍ବରୁ ୨୫ ହଜାର ଟଙ୍କା ସହାୟତା ପାଉଥିବାବେଳେ ଏହି ରାଶିକୁ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି ସହାୟତା ସର୍ବାଧିକ ଦୁଇଟି ଝିଅ ବାହାଘର ପାଇଁ ମିଳିପାରିବ । ସେହିପରି ପ୍ରାକୃତିକ ମୃତ୍ୟୁ କ୍ଷେତ୍ରରେ ସହାୟତା ପରିମାଣକୁ ୧ ଲକ୍ଷ ଟଙ୍କାରୁ ୨ ଲକ୍ଷ ଟଙ୍କା ଏବଂ ଦୁର୍ଘଟଣାଜନିତ ମୃତ୍ୟୁକ୍ଷେତ୍ରରେ ସହାୟତା ପରିମାଣକୁ ୨ ଲକ୍ଷରୁ ୪ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।

Share

Leave a Reply

Your email address will not be published. Required fields are marked *

19 − 18 =