ମୋବାଇଲ୍ଭିତ୍ତିକ କୃଷି ସୂଚନା ଓ ପରାମର୍ଶ ସେବା “ଆମ କୃଷି’ ବ୍ରାଣ୍ଡ ଲୋକାର୍ପିତ

ମୋବାଇଲ୍ଭିତ୍ତିକ କୃଷି ସୂଚନା ଓ ପରାମର୍ଶ ସେବା “ଆମ କୃଷି’ ମାଧ୍ୟମରେ ଚାଷୀମାନଙ୍କୁ ତୁରନ୍ତ କୃଷି ପରାମର୍ଶଓ ପରବର୍ତ୍ତୀ କାର୍ୟ୍ୟାନୁଷ୍ଠାନ ଦ୍ୱାରା କୃଷି କ୍ଷେତ୍ରରେ ବ୍ୟାପକ ଉନ୍ନତି ଆଣି ହେବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ଶଶିଭୂଷଣ ବେହେରା ପ୍ରକାଶ କରିଛନ୍ତିା ଆଜି ସଚିବାଳୟଠାରେ ମନ୍ତ୍ରୀ ଶ୍ରୀ ବେହେରା “ଆମ କୃଷି’ ବ୍ରାଣ୍ଡକୁ ଲୋକାର୍ପଣ କରିବା ଅବସରରେ କହିଛନ୍ତି ଯେ କୃଷି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୁଗାନ୍ତକାରୀ “କାଳିଆ’ ଯୋଜନା ସମେତ ବିଭିନ୍ନ କଲ୍ୟାଣକାରୀ ଯୋଜନା ପ୍ରଣୟନ କରି ଯେଉଁ ସମ୍ଭାବନା ସୃଷ୍ଟି କରିଛନ୍ତିତାହା ଆଗାମୀ ଦିନରେ ଫଳପ୍ରସୂ ହୋଇ ଓଡ଼ିଶାରେ କୃଷିର ସଫଳତାର କାହାଣୀ କହିବା ଏହା ଦ୍ୱାରା ଅନ୍ୟ ପରାମର୍ଶସହିତ ଫସଲରେ ହେଉଥ୰ବା ରୋଗପୋକ ସମସ୍ୟାଗୁଡ଼ିକର ନିରାକରଣ ପାଇଁ ଚାଷୀଭାଇମାନେ “ଆମ କୃଷି’ ମାଧ୍ୟମରେ ପରାମର୍ଶ ପାଇପାରୁଛନ୍ତିା

ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ପ୍ରିସିସନ୍ ଆଗ୍ରିକଲଚର ଫର ଡେଭଲପ୍ମେଣ୍ଟ ଇଣ୍ଡିଆ ଫାଉଣ୍ଡେସନ୍ ସଂସ୍ଥା(ପିଏଡିଆଇଏଫ୍) ସହିତ ଚାଷୀମାନଙ୍କୁ ମୋବାଇଲଭିତ୍ତିକ ସୂଚନା ସେବା ପ୍ରଦାନ ପାଇଁ ବୁଝାମଣା ସ୍ୱାକ୍ଷରିତ ହୋଇଛିା ଏହି ମୋବାଇଲ୍ଭିତ୍ତିକ ସୂଚନା ସେବା କାର୍ୟ୍ୟକ୍ରମରେ ଆମ ରାଜ୍ୟର ଦଶ ଲକ୍ଷ କୃଷକମାନଙ୍କୁ ମାଗଣା କୃଷି ପରାମର୍ଶ ଏବଂ ପ୍ରଶ୍ନର ଉତ୍ତର ଯୋଗାଇଦେବା ପାଇଁ ଲକ୍ଷ୍ୟ ରଖାଯାଇଛିା  ୩୦ଟି ଜିଲ୍ଲାର ପାଖାପାଖ୰ ଦୁଇ ଲକ୍ଷ ଚାଷୀମାନଙ୍କୁ “ଆମ କୃଷି’ ସେବା ସଫଳତାର ସହ ଯୋଗାଇ ଦିଆଯାଉଛିା ବର୍ତ୍ତମାନ ସାତଟି ମୁଖ୍ୟ ଫସଲ ଯଥା ଧାନ, ମକା, ବିରି, ମୁଗ, ସୋରିଷ, ଚିନାବାଦମ ଓ ଟମାଟୋ ଉପରେ ବିହନଠାରୁ ଫସଲ ଅମଳ ପର୍ୟ୍ୟନ୍ତ, ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା, ରୋଗପୋକ ପରିଚାଳନା, ଅମଳ ପରବର୍ତ୍ତୀ ଯନ୰ ଇତ୍ୟାଦି ବିଷୟକୁ ମୋବାଇଲ୍ ଦ୍ୱାରା ଓଡ଼ିଆ ଓ ସମ୍ବଲପୁରୀ ଭାଷାରେ ଜଣାଇ ଦିଆଯାଉଛିା

ଏହା ପରେ “ଆମ କୃଷି’ ସେବାର ନମ୍ବର ୦୬୭୪-୬୬୬୭୧୭୧କୁ ମିସ୍ କଲ ଦେଇ କୃଷି ସମ୍ବନ୍ଧୀୟ ପ୍ରଶ୍ନ ପଚାରି କୃଷି ବିଶେଷଜ୍ଞଙ୍କଠାରୁ ଏହାର ଉତ୍ତର ୪୮ ଘଣ୍ଟା ମଧ୍ୟରେ ପାଇପାରିବୋ ଏହା ସହିତ କୃଷି ବିଭାଗର ସମସ୍ତ କ୍ଷେତ୍ର କର୍ମଚାରୀଙ୍କୁ “ଆମ କୃଷି’ ସେବା ମାଧ୍ୟମରେ ଯୋଡ଼ାଯାଇ ହ୍ୱାଟସ୍ଆପ୍ ଓ ମୋବାଇଲ୍ମେ ସେଜ ଦ୍ୱାରା କୃଷି ସୂଚନା ପ୍ରେରଣ କରାଯାଉଛିା ଭବିଷ୍ୟତରେ ମୋବାଇଲ୍ ଆପ୍ ମାଧ୍ୟମରେ ଉନ୍ନତ ଜ୍ଞାନକୌଶଳ ବିନିଯୋଗ କରି ଫସଲ ପରିଚାଳନାର ଭିଡିଓ, ଫଟୋ ଇତ୍ୟାଦିର ବ୍ୟବହାର ହୋଇପାରିବା

ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ, କୃଷି ଓ ଖାଦ୍ୟ ଉକ୍ସଊାଦନ ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାର, ଅତିରିକ୍ତ ଶାସନ ସଚିବ ମନ୍ମଥ ପାଣି, ଇମେଜ୍ର ନିର୍ଦ୍ଦେଶକ ସତ୍ୟନାରାୟଣ ମିଶ୍ରଙ୍କ ସମେତ ପିଏଡିଆଇଏଫ୍ ଓ ବିଭାଗୀୟ ବରିଷ୍ଠ ଅଧ୰କାରୀମାନେ ଉପସ୍ଥିତ ଥ୰ଲୋ

Share

Leave a Reply

Your email address will not be published. Required fields are marked *

two × 2 =