ତାତିରୁ ମିଳିବ ଆଶ୍ୱସ୍ତି, ଆଗାମୀ ୧ ସପ୍ତାହ ପର୍ୟ୍ୟନ୍ତ ବର୍ଷା ସମ୍ଭାବନା

ଆଜିଠୁ ବଦଳିବ ପାଗ । ସପ୍ତାହକ ପର୍ୟ୍ୟନ୍ତ ଓଡ଼ିଶା ଉପରେ ବର୍ଷାର ପ୍ରଭାବ ରହିବାକୁ ଥିବାରୁ ତାପମାତ୍ରା କମିବ । ଦିନର ତାପମାତ୍ରା ୪ରୁ ୫ ଡିଗ୍ରି ପର୍ୟ୍ୟନ୍ତ ହ୍ରାସ ପାଇବ। ୨୦ ତାରିଖ ପର୍ୟ୍ୟନ୍ତ ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାରେ କାଳବୈଶାଖୀ ବର୍ଷାର ପ୍ରଭାବ ଅଧିକ ରହିବ । ଉପକୂଳ ଓଡ଼ିଶାରେ କୋହଲା ପାଗ ଲାଗି ରହିବ । ଭୁବନେଶ୍ବର ସମେତ ଅନ୍ୟ ସହରଗୁଡ଼ିକରେ ବି ତାପମାତ୍ରା ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।

ସେପଟେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶା ପାଇଁ ଆଲର୍ଟ ଜାରି କରାଯାଇଛି । ୧୭ ତାରିଖ ଦିନ ପଶ୍ଚିମ, କେନ୍ଦ୍ରୀୟ ଓ ଉପକୂଳ ଓଡ଼ିଶାର ୧୭ ଜିଲ୍ଲାରେ କାଳବୈଶାଖୀ ସହ ଘଡ଼ଘଡ଼ି ବର୍ଷା ହେବ । ଅପରାହ୍ନରେ ପ୍ରବଳ ବେଗରେ ଝଡ଼ବର୍ଷା ହେବାର ଆଶଙ୍କା ରହିଛି । ଉପକୂଳ ଓଡ଼ିଶାରେ ପବନ ହୋଇପାରେ । ତେଣୁ ରାଜ୍ୟ ସରକାରଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡରେ ବି ଏହାର ପ୍ରଭାବ ରହିବ । ୧୪ ଓ ୧୫ ତାରିଖରେ ୧୦ରୁ ଅଧିକ ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇପାରେ ।

Share

Leave a Reply

Your email address will not be published. Required fields are marked *

9 − four =